କୋରିଆ ଓପନ : ବିଜୟରୁ ଲକ୍ଷ୍ୟଙ୍କ ଅଭିଯାନ ଆରମ୍ଭ
ନୂଆଦିଲ୍ଲୀ: କୋରିଆର ସନଚିୟନ ଠାରେ ଆଜିଠୁ ଆରମ୍ଭ ହୋଇଛି କୋରିଆ ଓପନ ସୁପର ୫୦୦ ବ୍ୟାଡମିଂଟନ ଟୁର୍ଣ୍ଣାମେଂଟ । ପ୍ରତିଭାବାନ ଖେଳାଳି ଲକ୍ଷ୍ୟ ସେନ ଏଥିରେ ନିଜର ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି ।
ପାଲମା ଷ୍ଟାଡିୟମରେ ପୁରୁଷ ଏକକର ପ୍ରଥମ ରାଉଣ୍ଡରେ ଜି ହୁନଙ୍କୁ ୧୪-୨୧, ୨୧-୧୬, ୨୧-୧୮ରେ ପରାସ୍ତ କରିଛନ୍ତି ଲକ୍ଷ୍ୟ ସେନ । ୧ ଘଂଟା ୨ ମିନିଟରେ ଖେଳ ଶେଷ ହୋଇଥିଲା । ଦୁହିଁଜଣ ୧୪-୧୪ରେ ବରାବର ଥିଲେ । ଏହାପରେ କୋରିଆ ସଟଲର ଭାରତୀୟ ସଟଲରଙ୍କଠୁ ୭ ପଏଂଟରେ ଗେମକୁ ନିଜ ଆଡକୁ ନେଇ ଯାଇଥିଲେ । ଦ୍ୱିତୀୟ ଗେମରେ ୨୧-୧୬ ଜବରଦସ୍ତ କମବ୍ୟାକ କରିଥିଲେ ବିଶ୍ୱ ଚମ୍ପିୟନସିପରେ ସ୍ୱର୍ଣ୍ଣ ପଦକ ଜିତିଥିବା ଲକ୍ଷ୍ୟ ସେନ । ଏହାପରେ ୪ ପଏଂଟ ସହ ମ୍ୟାଚଟିକୁ ନିଜ କବଜାକୁ ଆଣିଥିଲେ । ତୃତୀୟ ଅର୍ଥାତ ଅନ୍ତିମ ରାଉଣ୍ଡରେ କୋରିଆନ ସଟଲର ୯-୫ର ଲିଡ କରିଥିଲେ । ମାତ୍ର ୱାର୍ଡ ନମ୍ବର ୯ରେ ୫ ପଏଂଟ ସହ ୧୦-୯ରେ ଲିଡ କରିଥିଲେ ଲକ୍ଷ୍ୟ । ଦୁଇଜଣଙ୍କ ମଧ୍ୟରେ ଜବରଦସ୍ତ ପ୍ରତିନ୍ଦ୍ୱତିତା ଦେଖିବାକୁ ମିଳିଥିଲା । ଉଭୟ ୧୮-୧୮ରେ ବରାବର ଥିଲେ । ଏହାପରେ ଲକ୍ଷ୍ୟ ସେନ ୩ ପଏଂଟରେ ଫାଇନାଲ ଗେମକୁ ୨୧-୧୮ରେ ନିଜ କବଜାକୁ କରି ନେଇଥିଲେ ।
ପୁରୁଷ ଏକକରେ ଭାରତ ପାଇଁ ଭଲ ଦିନ ଥିଲେ ମଧ୍ୟ ପୁରୁଷ ଡବଲ୍ସରେ ଭଲ ନଥିଲା । ଭାରତୀୟ ଯୋଡି କ୍ରିଷ୍ଣା ପ୍ରସାଦ ଗର୍ଗା ଓ ବିଷ୍ଣୁବର୍ଦ୍ଧନ ଗୌଡ ଇଣ୍ଡୋନେସିଆର ପ୍ରାମୁଦ୍ୟା କୁସୁମାୱାରାଡାନ ଓ ୟରିମିଆ ୟୋଚେଙ୍କ ଠାରୁ ୧୪-୨୧, ୧୯-୨୧ରେ ପରାସ୍ତ ହୋଇଛନ୍ତି । ଅନ୍ୟ ଏକ ଡବଲ୍ସରେ ଭାରତର ନବୀନଥ ଭୋରା ଓ ବି ସୁମିଥ ରେଡ୍ଡୀ ମାଲେସିଆ ଯୋଡି ସିନ ଓଙ୍ଗ ଓ ୟି ଟିଓ ଯୋଡିଠୁ ପରାସ୍ତ ହୋଇଛନ୍ତି । ଅନ୍ୟପଟେ ସୟଦ ମୋଦି ଓ ସ୍ୱିପ ଓପନ ଜିତିଥିବା ସିନ୍ଧୁ ପ୍ରଥମ ରାଉଣ୍ଡରେ ଆମେରିକାର ଲାଓରେନ ଲାମଙ୍କୁ ଭେଟିବେ । ତାଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିଛି ।
