ଲିଙ୍ଗିପୁର ଏଟିଏମ୍ ଲୁଟ ମାମଲା; ଦୟାନଦୀ କୂଳରୁ ମିଳିଲା ଭଙ୍ଗା ଏଟିଏମ୍
ଭୁବନେଶ୍ୱର : ଲିଙ୍ଗିପୁର ଏଟିଏମ୍ ଲୁଟ ମାମଲା । ଦୟାନଦୀ କୂଳରୁ ମିଳିଲା ଭଙ୍ଗା ଏଟିଏମ୍ । ଲୁଟରେ ବ୍ୟବହୃତ ପିକଅପ ଭ୍ୟାନ ଜବତ । ଟଙ୍କା ନେବା ପରେ ଏଟିଏମ୍ ଫିଙ୍ଗି ଦେଇଥିଲେ ଲୁଟେରା । ଲୁଟେରାଙ୍କୁ ଧରିବା ପାଇଁ ଚାଲିଛି ମାରାଥନ ଚଢ଼ାଉ । ଶିଶୁପାଳଗଡ଼ ଇନ୍ଦିରା କଲୋନୀରେ ଏଟିଏମକୁ ଟେକି ନେଲେ ଦୁର୍ବୃତ୍ତ। ଏଟିଏମର ଓଜନ ପାଖାପାଖି ୩କୁଇଣ୍ଟାଲ ହେବ ।
ଗତ ସୋମବାର ବିଳମ୍ବିତ ରାତିରେ ଶିଶୁପାଳଗଡ଼ ଲିଙ୍ଗିପୁର୍ ହାଉସିଂବୋର୍ଡ ଛକରେ ଏସବିଆଇ ଏଟିଏମ ଲୁଟ କରିଛନ୍ତି ଦୁର୍ବୃତ୍ତ । ଟଙ୍କା ନ ବହାରିବାରୁ ଏଟିଏମ ମେସିନକୁ ଘୋଷାଡି ଘୋଷାଡି କିଛିବାଟ ନେଇଛନ୍ତି ଦୁର୍ବୃତ୍ତ । ଏଟିଏମ ଲୁଟ ପାଇଁ ଦୁର୍ବୃତ୍ତ ସତ ଚେଷ୍ଟା କରିଥିବା ପରେ ବି ଏଟିଏମରୁ ଟଙ୍କା ବାହାରି ନଥଲା । ସେପଟେ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଏଟିଏମରେ ୨୪ ଲକ୍ଷରୁ ଅଧିକ ଟଙ୍କା ରହିଥିଲା ।
