ଟଙ୍କା ନ ବାହାରିବାରୁ ଏଟିଏମ ମେସିନ ନେଇ ଗଲେ ଦୁର୍ବୃତ୍ତ
ଭୁବନେଶ୍ୱର : ଶିଶୁପାଳଗଡ଼ ଇନ୍ଦିରା କଲୋନୀରେ ଏଟିଏମକୁ ଟେକି ନେଲେ ଦୁର୍ବୃତ୍ତ। ରାଜଧାନୀ ଭୁବନେଶ୍ୱରରେ ଏମିତି ଘଟଣା ଆଗରୁ କେବେ ବି ସାମ୍ନାକୁ ଆସିନଥିଲା। ଏଟିଏମର ଓଜନ ପାଖାପାଖି ୩କୁଇଣ୍ଟାଲ ହେବ । ସେପଟେ ଏଟିଏମ୍ ଭିତରେ ଓ ବାହାରେ ପଡ଼ିଛି ଟେଣ୍ଡହାଉସ କପଡ଼ା । ଖବର ପାଇ ଘଟଣାସ୍ଥଳରେ ଧଉଳି ଥାନା ପୋଲିସ ପହଂଚି ତଦନ୍ତ ଜାରି ରଖିଛି ।
ସୂଚନା ଯେ, ଗତ ସୋମବାର ବିଳମ୍ବିତ ରାତିରେ ଶିଶୁପାଳଗଡ଼ ଲିଙ୍ଗିପୁର୍ ହାଉସିଂବୋର୍ଡ ଛକରେ ଏସବିଆଇ ଏଟିଏମ ଲୁଟ କରିଛନ୍ତି ଦୁର୍ବୃତ୍ତ । ଟଙ୍କା ନ ବାହାରିବାରୁ ଏଟିଏମ ମେସିନକୁ ଘୋଷାଡି ଘୋଷାଡି କିଛିବାଟ ନେଇଛନ୍ତି ଦୁର୍ବୃତ୍ତ । ଏଟିଏମ ଲୁଟ ପାଇଁ ଦୁର୍ବୃତ୍ତ ସତ ଚେଷ୍ଟା କରିଥିବା ପରେ ବି ଏଟିଏମରୁ ଟଙ୍କା ବାହାରି ନଥଲା । ସେପଟେ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଏଟିଏମରେ ୨୪ ଲକ୍ଷରୁ ଅଧିକ ଟଙ୍କା ରହିଥିଲା ।
