୯ରୁ ୭ ଦିନ ମା’ ତାରିଣୀଙ୍କ ଚିଇତି ପର୍ବ, ଚୁଡାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି
କେନ୍ଦୁଝର : କେନ୍ଦୁଝର ଜିଲାର ଅଧିଷ୍ଠାତ୍ରୀ ଦେବୀ ମା ତାରିଣୀଙ୍କ ୮୬ ତମ ଚଇତି ପର୍ବ ପାଇିଁ ପ୍ରସ୍ତୁତି ଯୋରଦାର ହୋଇଛି । ଚଇତି ପର୍ବ ତଥା ମା’ଙ୍କର ଏହି ବାର୍ଷିକ ଉତ୍ସବ କୁ ପାଳନ କରିବା ପାଇିଁ ମନ୍ଦିର ପ୍ରଶାସନ ଠାରୁ ଆରମ୍ଭ କରି ଜିଲା ପ୍ରଶାସନ ପର୍ଯ୍ୟନ୍ତ ଯେଭଳି ତତ୍ପର ହୋଇ ଉଠିଛନ୍ତି ଅନୁରୁପ ଭାବେ ଶ୍ରଦ୍ଧାଳୁ ମାନଙ୍କ ମଧ୍ୟରେ ଉତ୍ସାହ ପରିଲିକ୍ଷିତ ହୋଇଛି ।
କରୋନା ସଂକ୍ରମଣ ଦୂରେଇ ଯିବା ପରେ ଚଳିତ ବର୍ଷ ଲକ୍ଷାଧିକ ଭକ୍ତଙ୍କର ସମାଗମ ହେବା ଅନୁମାନ କରାଯାଉଥିବା ବେଳେ ପ୍ରବଳ ଖରାରେ ଭିଡକୁ ମୁକାବିଲା କରିବା ଲକ୍ଷ୍ୟରେ ମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ମିଳିତ ଭାବେ ବିଶେଷ ରଣନୀତି ପ୍ରସ୍ତୁତ କରାଯାଉଥିବା ସୂଚନା ମିଳିଛି । ଏଥି ସହିତ ମନ୍ଦିରର ଭକ୍ତ ମାନଙ୍କର ଦର୍ଶନକୁ ଶୃଙ୍ଖଳିତ ଓ ନିରାପଦ ସହ ମନ୍ଦିରର ସୁରକ୍ଷା ଓ ଟ୍ରାଫିକ ନିୟନ୍ତ୍ରଣ ପାଇିଁ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି ।
ମା’ ତାରିଣୀଙ୍କ ପ୍ରସିଦ୍ଧ ୮୬ ତମ ଚଇତି ପର୍ବ ଆସନ୍ତା ଏପ୍ରିଲ ୯ ତାରିଖ ଶନିବାର ଦିନ ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ୭ ଦିନ ଧରି ମହା ଆଡମ୍ବରରେ ପାଳିତ ହେବାକୁ ଯାଉଛି । ଏହି ଚଇତି ପର୍ବ ମା ତାରେଣୀଙ୍କର ବାର୍ଷିକ ଉତ୍ସବ ଭାବେ ମଧ୍ୟ ପାଳିତ ହୋଇଥାଏ । ଚଇତି ପର୍ବକୁ ଅଧିକ ସରଶ ସୁନ୍ଦର କରିବା ପାଇିଁ ପ୍ରସାସନ ସବୁ ସ୍ତରରୁ ତତ୍ପର ହୋଇ ଉଠିଛି । ପ୍ରବଳ ଖରାରେ ଅଶୁଂଘାତ ଆଶଙ୍କାକୁ ଏଡାଇବା ପାଇଁ ଘଟଗାଁ ପାଲା ମଣ୍ଡପକୁ ପାଲରେ ଛାଉଣୀ କରାଯିବାର ବ୍ୟବସ୍ଥା ହୋଇଛି । ଏହି ସାତ ଦିନ ଧରି ମା’ ତାରିଣୀ ସୁନାବେଶରେ ଦର୍ଶନ ଦେବା ସହ ମନ୍ଦିର ପରିସରରେ ହୋମ, ଯଜ୍ଞ, ଚଣ୍ଡିପାଠ, ଭାଗବତ ପାଠ ଆଦି ଅନୁଷ୍ଠିତ ହେବ । ଏହି ସମୟରେ ଭିଡ ମଧ୍ୟରେ ମା’ଙ୍କର ଶୃଙ୍ଖଳିତ ଦର୍ଶନ ଓ ମା’ଙ୍କ ପୂଜା କାମ ପାଇଁ ପରିସରରେ ବ୍ୟାରିକେଟିଂ ବ୍ୟବସ୍ଥା ସହ ଅଧିକ ସଂଖ୍ୟକ ପୂଜକ ନିୟୋଜିତ କରାଯିବା ବ୍ୟବସ୍ଥା କରାଯାଇଛି । ପ୍ରବଳ ଖରାକୁ ଦୃଷ୍ଟିରେ ରଖି ମନ୍ଦିର ପରିସରରେ ପାନୀୟ ଜଳ ବ୍ୟବସ୍ଥା ସହ ଅଂଶୁଘାତର ମୁକାବିଲା ପାଇିଁ ମନ୍ଦିର ପରିସର ମଧ୍ୟରେ ଅସ୍ଥାୟୀ ସ୍ୱାସ୍ଥ କେନ୍ଦ୍ର ସହ ଜରୁରୀ କାଳିନ ଚିକିତ୍ସା ବ୍ୟବସ୍ଥା ମଧ୍ୟ କରାଯାଇଛି । ମନ୍ଦିର ପରିସର ଭିତରେ ଓ ବାହାରେ ମୂତୟନ ହେଉଥିବା ପୋଲିସ ଫୋର୍ସ ଭିଡକୁ ନିୟନ୍ତ୍ରଣ କରିବା ସହ ଟ୍ରାଫିକ ବ୍ୟବସ୍ଥା ଉପରେ ନଜର ରଖିବେ । ଏଥି ସହିତ ଚଇତି ପର୍ବରେ ସ୍ଥାନୀୟ ସ୍ୱେଛାସେବୀ ସଂଗଠନ, ଯୁବକ ସଙ୍ଘ ମାନେ ସହଯୋଗ କରିବା ନିମନ୍ତେ ହାତ ବଢାଇଛନ୍ତି । ଏହି ଚଇତି ପର୍ବ ଅବସରରେ ସାତ ଦିନ ଧରି ମା ଙ୍କ ପୀଠରେ ଭଜନ ସମାରୋହ, ପ୍ରବଚନ, ବାଦିପାଲା ଆଦିର ଆୟୋଜନ ହେବା ସହ ଏକ ସୁନ୍ଦର ଆଧ୍ୟାମିôକ ପରିବେଶ ସୃଷ୍ଟି ହେବାକୁ ଯାଉଛି ।
