ବାଲିଆପାଳ ବିଡ଼ିଓ ଭାବେ ଦାୟିତ୍ୱ ଗ୍ରହଣ କଲେ ଦୀପକ ଦାଶ
ବାଲିଆପାଳ : ବାଲିଆପାଳ ବିଡ଼ିଓ ଲଳିତ ସରେଙ୍ଗଙ୍କ କନ୍ଦମାଳକୁ ବଦଳି ହେବାପରେ ବାଲିଆପାଳ ବିଡ଼ିଓ ଭାବେ ବାଲିଆପାଳ ତହସିଲଦାର ଦୀପକ ଦାଶ ସୋମବାର କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ନିର୍ବାଚନ ପୂର୍ବରୁ ତହସିଲଦାର ଶ୍ରୀ ଦାଶଙ୍କ ପଦୋନ୍ନତି ହୋଇଥିଲା ବିଡ଼ିଓ ଭାବେ । ମାତ୍ର ନିର୍ବାଚନ ସମୟରେ ତାହା କାର୍ଯ୍ୟକାରୀ ହୋଇ ପାରି ନ ଥିଲା । ସବୁ କଳ୍ପନା ଜଳ୍ପନାର ଅବସାନ ଘଟିଛି । ସୋମବାର ଶ୍ରୀ ଦାଶ ବାଲିଆପାଳ ବିଡ଼ିଓ ଭାବରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଦାୟିତ୍ୱ ନେବାପରେ ନୂତନ ବିଡ଼ିଓ ଶ୍ରୀ ଦାସଙ୍କୁ ବିଭିନ୍ନ ମହଲରୁ ସ୍ୱାଗତ କରାଯିବା ସହିତ ବ୍ଲକ୍ ଅଫିସର ଓ କର୍ମଚାରୀ, ନବ ନିର୍ବାଚିତ ମାନେ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇଛନ୍ତି ।
