ବାଲିଆପାଳ ପଞ୍ଚାୟତ ସମିତିର ଅଧ୍ୟକ୍ଷ ଭାବରେ ରଞ୍ଜିତା ନାୟକଙ୍କ କାର୍ଯ୍ୟଭାର ଗ୍ରହଣ
ବାଲିଆପାଳ : ବାଲିଆପାଳ ପଞ୍ଚାୟତ ସମିତିର ଅଧ୍ୟକ୍ଷା ଭାବରେ ରଞ୍ଜିତା ନାୟକ ସୋମବାର କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ରଞ୍ଜିତା ନାୟକ ଘଣ୍ଟୁଆ ପଞ୍ଚାୟତରୁ ସମିତିସଦସ୍ୟା ଭାବରେ ବିଜୟ ହୋଇ ବ୍ଲକର ୨୮ ପଞ୍ଚାୟତର ସମିତି ସଦସ୍ୟଙ୍କ ମଧ୍ୟରୁ ୧୯ ସମିତି ସଦସ୍ୟଙ୍କ ସମର୍ଥନ ପାଇ ଅଧ୍ୟକ୍ଷ ହୋଇଥିଲେ । ଶ୍ରୀମତୀ ନାୟକ ପୂର୍ବରୁ ଘଣ୍ଟୁଆ ପଞ୍ଚାୟତର ସରପଞ୍ଚ ଭାବେ ବିଜୟ ହୋଇ ଭାରତ ସରକାରଙ୍କ ଠାରୁ ନିର୍ମଳ ଗ୍ରାମ ପୁରସ୍କାର ପାଇଥିଲେ ।

ଶ୍ରୀମତୀ ନାୟକ ହେଉଛନ୍ତି ୨୦୧୭ ରୁ୨୦୨୨ ପର୍ଯ୍ୟନ୍ତ ବାଲିଆପାଳ ପଞ୍ଚାୟତ ସମିତିର ଅଧ୍ୟକ୍ଷ ଥିବା ବିଜନ ନାୟକଙ୍କ ଧର୍ମପତ୍ନୀ । ସାରା ଓଡ଼ିଶାରେ କଂଗ୍ରେସ ଦଳର ଶୋଚନୀୟ ପରାଜୟ ବେଳେ ବାଲିଆପାଳରେ ବିଜନ ନାୟକ କଂଗ୍ରେସ ପତିଆରାକୁ ବେଶ ବଜାଇ ରଖିଛନ୍ତି । ଯାହା ଫଳରେ ଦ୍ୱିତୀୟ ବାର କଂଗ୍ରେସ ବାଲିଆପାଳ ପଞ୍ଚାୟତ ସମିତି ଦଖଲ କରିପାରିଲା । ଏହି ଅବସରରେ ବାଲିଆପାଳ ବ୍ଲକ ସମ୍ମୁଖରେ ଥିବା ଇନ୍ଦିରା ପାର୍କରେ ବାଲିଆପାଳ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ହଜାର ହଜାର କଂଗ୍ରେସ କର୍ମୀ ଅଧ୍ୟକ୍ଷା ରଞ୍ଜିତା ନାୟକ ଏବଂ ଉପାଧ୍ୟକ୍ଷ ରାଜେଶ ଚୌଧୁରୀଙ୍କୁ ପୁଷ୍ପଗୁଚ୍ଛ, ପୁଷ୍ପମାଲ୍ୟ ଦେଇ ଶୁଭେଚ୍ଛା ଜଣାଇଥିଲେ । ପରେ ହଜାର ହଜାର କର୍ମୀଙ୍କୁ ନେଇ ଅଧ୍ୟକ୍ଷା ରାଞ୍ଜିତା ବ୍ଲକ ଭିତରକୁ ପ୍ରବେଶ କରିଥିଲେ । ଏହି ସମାରୋହରେ ୨୪ ନମ୍ବର ଜୋନ୍ର ଜିଲା ପରିଷଦ ସଦସ୍ୟ ବାବାଜୀ ଦେହୁରୀ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିଜନ ନାୟକ, ବରିଷ୍ଠ କଂଗ୍ରେସ ନେତା ତଥା ମଧୂପୂରା ପଞ୍ଚାୟତର ପୂର୍ବତନ ସରପଞ୍ଚ ମୋରଲୀମୋହନ୍ ସାହୁ ବଡ଼ାଶ ପଞ୍ଚାୟତର ସରପଞ୍ଚ ଜଗନ୍ନାଥ ବିଶ୍ୱାଳ, ବରିଷ୍ଠ କଂଗ୍ରେସ ନେତା ଦୁର୍ଜୟ ପାତ୍ର, ସୁରେଶ ସେନାପତି, ଦେବକୁମାର୍ ଦେ, ସରୋଜ ପିଳା, ଚାରୁ ଦେ, ରବିନାରାୟଣ ମାହାନ୍ତି, ତୀର୍ଥ କୁମାର ନାଗ୍, ପ୍ରଶାନ୍ତ କୁମାର ଦାସ, ପଙ୍କଜ କୁମାର ସାହୁ, ବିଜୟ ଗିରିଙ୍କ ସମେତ ବହୁ ନବ ନିର୍ବାଚିତ ସଦସ୍ୟ ଏବଂ ସରପଞ୍ଚ ଉପସ୍ଥିତ ରହିଥିଲେ । ବାଲିଆପଳ ବିଡ଼ିଓ ଦୀପକ କୁମାର ଦାସ ଏବଂ ବ୍ଲକର ସମସ୍ତ କର୍ମଚାରୀ ଉପସ୍ଥିତ ରହି ବ୍ଲକ ଅଧ୍ୟକ୍ଷା ରଞ୍ଜିତା ନାୟକ ଓ ଉପାଧ୍ୟକ୍ଷ ରାଜେଶ ଚୌଧୁରୀଙ୍କୁ ସ୍ୱାଗତ କରିଥିଲେ । ଅଧ୍ୟକ୍ଷା ରଞ୍ଜିତାଙ୍କ ଦାୟିତ୍ୱ ଗ୍ରହଣ ପରେ ବକ୍ତବ୍ୟ ମାଧ୍ୟମରେ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ କହିଥିଲେ ବାଲିଆପାଳ ବ୍ଲକର ସମସ୍ତ ଜନସାଧାରଣଙ୍କ ସହଯୋଗରେ ମୁଁ ଏହି ଆସନରେ ବସିଛି ସେମାନଙ୍କର ସେବା କରିବା ପାଇଁ । ଏହା ଛଡ଼ା ସମସ୍ତ ଜନତାଙ୍କ ସେବା କରିବା ମୋର ଧର୍ମ ଅଟେ ।
