ଭୁବନେଶ୍ବର ଆଇଆଇଟିର ଅତିରିକ୍ତ ନିର୍ଦ୍ଦେଶକ ଭାବେ ଦାୟିତ୍ବ ନେଲେ ଭି କେ ତିୱାରୀ
ଜଟଣୀ : ଭୁବନେଶ୍ବର ଆଇଆଇଟିର ଅତିରିକ୍ତ ନିର୍ଦ୍ଦେଶକ ଭାବେ ଦାୟିତ୍ବ ନେଲେ ପ୍ରଫେସର ଭି କେ ତିୱାରୀ । ଭୁବନେଶ୍ବର ଆଇଆଇଟିର ଦାୟିତ୍ବ ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ଆର ଭି ରାଜକୁମାରଙ୍କ ଠାରୁ ଗ୍ରହଣ କରିଛନ୍ତି । ସେହିପରି ବର୍ତ୍ତମାନ ଖଡଗପୁର ଆଇଆଇଟିର ନିର୍ଦ୍ଦେଶକ ଭାବେ ଭି କେ ତିଓ୍ବାରୀ ମଧ୍ୟ ଅବସ୍ଥାପିତ ଅଛନ୍ତି । ଭାରତୀୟ ଶିକ୍ଷା ମନ୍ତ୍ରାଳୟ, ଭାରତ ସରକାରଙ୍କ ନିର୍ଦ୍ଦେଶକ୍ରମେ ସେ ଖଡଗପୁର ଓ ଭୁବନେଶ୍ବର ଆଇଆଇଟିର ଦାୟିତ୍ବରେ ରହିବେ ।ଭୁବନେଶ୍ୱର :ଜଟଣୀ : ଭୁବନେଶ୍ବର ଆଇଆଇଟିର ଅତିରିକ୍ତ ନିର୍ଦ୍ଦେଶକ ଭାବେ ଦାୟିତ୍ବ ନେଲେ ପ୍ରଫେସର ଭି କେ ତିୱାରୀ । ଭୁବନେଶ୍ବର ଆଇଆଇଟିର ଦାୟିତ୍ବ ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ଆର ଭି ରାଜକୁମାରଙ୍କ ଠାରୁ ଗ୍ରହଣ କରିଛନ୍ତି । ସେହିପରି ବର୍ତ୍ତମାନ ଖଡଗପୁର ଆଇଆଇଟିର ନିର୍ଦ୍ଦେଶକ ଭାବେ ଭି କେ ତିଓ୍ବାରୀ ମଧ୍ୟ ଅବସ୍ଥାପିତ ଅଛନ୍ତି । ଭାରତୀୟ ଶିକ୍ଷା ମନ୍ତ୍ରାଳୟ, ଭାରତ ସରକାରଙ୍କ ନିର୍ଦ୍ଦେଶକ୍ରମେ ସେ ଖଡଗପୁର ଓ ଭୁବନେଶ୍ବର ଆଇଆଇଟିର ଦାୟିତ୍ବରେ ରହିବେ ।
ସୂଚନା ଯେ,ଭୁବନେଶ୍ବର ଆଇଆଇଟିର ଭାରପ୍ରାପ୍ତ ନିର୍ଦ୍ଦେଶକ ପଦରୁ ଆର.ଭି.ରାଜାକୁମାରଙ୍କୁ ହଟାଇ ଦିଆଯିବା ପରେ ଖଡଗପୁର ଆଇଆଇଟିର ନିର୍ଦ୍ଦେଶକ ଭି.କେ.ତିୱାରୀଙ୍କୁ ଏହି ଦାୟିତ୍ବ ଦିଆଯାଇଛି। ନିଯୁକ୍ତି ଅନିୟମିତତା ତଥା ଛାତ୍ରମାନଙ୍କ ଛୋଟ ଛୋଟ ଦୋଷ ପାଇଁ ଅତ୍ୟଧିକ ଜରିମାନା ଲଗାଇବା ଭଳି ଅଭିଯୋଗରେ ପ୍ରଫେସର ଆର.ଭି.ରାଜାକୁମାରଙ୍କୁ ଆଇଆଇଟି ଭାରପ୍ରାପ୍ତ ନିଦ୍ଦେର୍ଶକ ପଦରୁ ହଟାଇ ଦିଆଯାଇଛି।
