ବିସିପିଏଲ ସିଜନ-୪ ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ : ପରି ଚାଲେଂଜର ଚମ୍ପିୟାନ
ବାରିପଦା : ବାରିପଦା ଷ୍ଟାଡିୟମ ପଡିଆରେ ଡିଆରକେ କ୍ଲବ ଆନୁକୂଲ୍ୟରେ ଓ ମୟୁରଭଞ୍ଜ ଏଥଲେଟିକ ଆସୋସିଏସନର ସହଯୋଗରେ ଅନୁଷ୍ଠିତ ବାରିପଦା ପ୍ରିମିୟର ଲିଗ ସିଜନ ୪ ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଫାଇନାଲ ମ୍ୟାଚରେ ପରି ଚାଲେଂଜର ଭି ରାଗିଙ୍ଗ ବୁଲକୁ ୨ ଉଇକେଟରେ ପରାସ୍ତ କରି ଚମ୍ପିୟାନ ହୋଇଛି ।
ପ୍ରଥମେ ବ୍ୟାଟିଂ କରି ରାଗିଙ୍ଗ ବୁଲ୧୮.୪ ଓଭରରେ ସମସ୍ତ ଉଇକେଟ ହରାଇ ୧୨୬ ରନ କରିଥିଲେ। ଦଳ ପକ୍ଷରୁ ମନୀଷ ପଣ୍ଡା ସର୍ବାଧିକ ୪୨ ରନ କରିଥିବାବେଳେ ବିପକ୍ଷ ଦଳର ସାମଶେର ଆଲାମ ଓ ସୁଶାନ୍ତ ଦାସ ୩ ଟି ଲେଖାଏଁ ତଥା ସୁବିତ ସେଠି ୨ ଟି ଉଇକେଟ ଅକ୍ତିଆର କରିଥିଲେ। ଜବାବରେ ପରି ଚାଲେଞ୍ଜର ୧୯.୪ ଓଭରରେ ୮ ଉଇକେଟ ହରାଇ ୧୨୮ ରନ କରି ବିଜୟୀ ହୋଇଥିଲେ। ଦଳ ପକ୍ଷରୁ ସୁବ୍ରତ କୁମାର ସିଂହ ୪୪ ଓ ସତ୍ୟ ନାରାୟଣ ଜୀଉ ୨୫ ରନ କରିଥିବାବେଳେ ବିପକ୍ଷ ଦଳର ମନୁ ରାମ ୩ ଟି ଓ ରାଜେଶ ବେହେରା ୨ ଟି ଉଇକେଟ ଅକ୍ତିଆର କରିଥିଲେ। ସୁଶାନ୍ତ ମହାନ୍ତି ଓ ଦିଲ୍ଲୀପ ଦାସ ଫାଇନାଲ ମ୍ୟାଚକୁ ପରିଚାଳନା କରିଥିବାବେଳେ ସମ୍ବିତ ମହାରଣା ସ୍କୋରିଙ୍ଗରେ ସହାୟତା କରିଥିଲେ । ପଙ୍କଜ ମହାକୁଡ଼, ଗୌତମ ଦାସ ଓ ଦୀପକ ଦାସ ଧାରା ବିବାରଣୀ ପ୍ରଦାନ କରିଥିଲେ। ଫାଇନାଲ ମ୍ୟାଚର ମ୍ୟାନ ଅଫ ଦି ମ୍ୟାଚ ସୁବ୍ରତ କୁମାର ସିଂହ, ଶ୍ରେଷ୍ଠ ବୋଲର ପ୍ରୀତପାଲ ସିଂହ, ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଓ ମ୍ୟାନ ଅଫ ଦି ସିରିଜ ଭାବେ ଅଭିଜ୍ଞାନ ମହାନ୍ତି ପୁରସ୍କୃତ ହୋଇଛନ୍ତି। ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁରେଶ ଚନ୍ଦ୍ର ପାତ୍ର, ମୟୁରଭଞ୍ଜ ଏଥଲେଟିକ ଆସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, ସହ ସମ୍ପାଦକ ବୈଦ୍ୟନାଥ ରଥ, ଅଶୋକ ପଟ୍ଟନାୟକ, ପ୍ରସନ୍ନଜିତ ମହାନ୍ତି, ବରିଷ୍ଠ ଖେଳାଳି ଲଲାଟେନ୍ଦୁ ବେହେରା, ସଂଜୀବ ଦ୍ୱିବେଦୀ, କଳିଙ୍ଗ କେଶରୀ ଜେନା, ପିଣ୍ଟୁ ମାଇତି ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ପୁରସ୍କୃତ କରିଥିଲେ। ଦେବଜୀତ ପଟ୍ଟନାୟକ, ସୁଦୀପ୍ତ ମଲ୍ଲିକ, ଆଭାସ ଦେ ତଥା ସମସ୍ତ ଦଳ ଟୁର୍ଣ୍ଣାମେଣ୍ଟକୁ ସଫଳ କରିଥିବାରୁ ମୁଖ୍ୟ ଆୟୋଜକ ତଥା ମୟୁରଭଞ୍ଜ ଏଥଲେଟିକ ଆସୋସିଏସନର କୋଷାଧକ୍ଷ ଅମିତାଭ ଦାସ ଧନ୍ୟବାଦ ଦେଇଥିଲେ ।
