ଫିଫା ବିଶ୍ୱକପ୍ ବଲ୍ ‘ଅଲ୍ ରିହଲା’ ଉନ୍ମୋଚିତ
ନୂଆଦିଲ୍ଲୀ : ପ୍ରମୁଖ କ୍ରୀଡ଼ା ପୋଷାକ ବିକ୍ରେତା ଆଦିଦାସ କାତାରରେ ହେବାକୁଥିବା ୨୦୨୨ ଫିଫା ବିଶ୍ୱକପ୍ ଅଫିସିଅଲ୍ ମ୍ୟାଚ୍ ବଲ୍ ‘ଅଲ୍ ରିହଲା’ ଉନ୍ମୋଚିତ କରିଛି । ଅଲ୍ ରିହଲାର ଅର୍ଥ ହେଉଛି ‘ଯାତ୍ରା ବା ଗସ୍ତ’ । ଏହା ସ୍ଥାପତ୍ୟ, ପ୍ରତିଷ୍ଠିତ ନୌକା ଏବଂ କାତାର ଜାତୀୟ ପତାକାର ପ୍ରତୀକ । ପରିବେଶକୁ ନଜରରେ ରଖି ଏହି ବଲ୍ ନିର୍ମାଣ କରାଯାଇଛି ।
ଏହା ପ୍ରଥମ ବିଶ୍ୱକପ୍ ବଲ୍ ଯେଉଁଥିରେ କେବଳ ଜଳ ଭିତିକ ଇଙ୍କ୍ସ ଓ ଗ୍ଲୁସ୍ ବ୍ୟବହାର କରାଯାଇଛି । ୯୨ ବର୍ଷ ଇତିହାସରେ ଅଲ୍ ରିହଲା ବିଶ୍ୱକପ୍ର ପ୍ରଥମ ବଲ୍ ଯାହା ବିଶ୍ୱର ସାଧାରଣ ଲୋକଙ୍କ ସହଯୋଗ ଲାଗି ପାଣ୍ଠି ସଂଗ୍ରହ କରିବ । ଏହି ବଲ୍ ବିକ୍ରିର ୧ ପ୍ରତିଶତ ସାଧାରଣ ଲୋକଙ୍କ ଜୀବନ ପାଇଁ ଚାଲିଥିବା ଆନ୍ଦୋଳନରେ ବ୍ୟବହାର କରାଯିବ ବୋଲି ଆଦିଦାସ ପକ୍ଷରୁ ଜାରି ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି । ଫିଫା ବିଶ୍ୱକପ୍ ଲାଗି ଆଦିଦାସର ଲଗାତାର ଏହା ୧୪ତମ ସଫଳ ବଲ୍ ନିର୍ମାଣ । ଅନ୍ୟ ବିଶ୍ୱକପ୍ରେ ଖେଳାଯାଇଥିବା ବଲ୍ଠୁ ଏହାର ଗତି ଅଧିକ ରହିବ ବୋଲି ନିର୍ମାତା ପକ୍ଷରୁ କୁହାଯାଇଛି ।
