ଫିଟ୍ ହେଲେ ସୂର୍ଯ୍ୟକୁମାର, ଖେଳିବେ ରାଜସ୍ଥାନ ବିପକ୍ଷ ମ୍ୟାଚ୍
ମୁମ୍ୱାଇ : ଆଇପିଏଲ ୨୦୨୨ରେ ନିଜର ପ୍ରଥମ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ନିକଟରୁ ହାରିଥିବା ମୁମ୍ବାଇ ଇଣ୍ଡିଆନ୍ସ ପ୍ରଶଂସକଙ୍କ ପାଇଁ ଖୁସିର ଖବର । ଫିଟ୍ ଘୋଷିତ ହେଲେ ଦଳର ଷ୍ଟାର ବ୍ୟାଟସମ୍ୟାନ ସୂର୍ଯ୍ୟକୁମାର ଯାଦବ । ମୁମ୍ବାଇ ଇଣ୍ଡିଆନ୍ସର କ୍ରିକେଟ୍ ଦଳର ସଂଚାଳନ ନିର୍ଦ୍ଦେଶକ ଜାହିର ଖାନ କହିଛନ୍ତି, ସୂର୍ଯ୍ୟକୁମାର ଯାଦବ ରିଟେନ୍ ହୋଇଥିବା ଖେଳାଳି ଏବଂ ଦଳର ପ୍ରମୁଖ ସଦସ୍ୟ । ପଡିଆରେ ସେ ଓହ୍ଲାଇବେ ନେଇ ଆମେ ତାଙ୍କୁ ଅପେକ୍ଷା କରିଛୁ । ସୂର୍ଯ୍ୟକୁମାର ରାଜସ୍ଥାନ ବିପକ୍ଷ ଦ୍ୱିତୀୟ ମ୍ୟାଚ୍ ଖେଳିବେ ବୋଲି ଜାହିର ଖାନ କହିଛନ୍ତି ।
ସୂର୍ଯ୍ୟକୁମାର ଯାଦବ ନିୟମିତ ଭଲ ପ୍ରଦର୍ଶନ କରୁଥିବାରୁ ମୁମ୍ବା ଇଣ୍ଡିଆନ୍ସ ପାଇଁ ଜଣେ ଗୁରୁତ୍ୱପୂର୍ଣ୍ଣ ଖେଳାଳି । ଯେବେଠୁ ୨୦୧୮ରେ ତାଙ୍କୁ ମେଗା ନିଲାମରେ ଦଳରେ ସାମିଲ୍ କରାଯାଇଥିଲା, ତେବେଠୁ ସେ ପ୍ରତି ସିଜିନରେ ୩୦୦ରୁ ଅଧିକ ରନ କରିଛନ୍ତି । ଦୁଇ ଥର ୪୦୦ରୁ ଅଧିକ ଏବଂ ଥରେ ୫୦୦ରୁ ଅଧିକ ରନ କରିଛନ୍ତି । ସେ ନମ୍ବର ୧ରୁ ଛଅ ନମ୍ବର ପର୍ଯ୍ୟନ୍ତ କୌଣସି ବି ସ୍ଥାନରେ ବ୍ୟାଟିଂ କରି ପାରନ୍ତି । ତେବେ ସେ ଦଳରେ ନମ୍ବର ୩ର ସ୍ଥାନ ସୁନିଶ୍ଚିତ କରି ସାରିଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ନମ୍ବର ୩ରେ ବ୍ୟାଟିଂ କରି ୧୦୦୦ରୁ ଅଧିକ ରନ କରିଛନ୍ତି । ସୂର୍ଯ୍ୟକୁମାର ଯାଦବ ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜ୍?ରେ ଆହତ ହୋଇଥିଲେ । ଏହା ପରେ ବେଙ୍ଗାଲୁରୁ ଜାତୀୟ କ୍ରିକେଟ୍ ଏକାଡେମୀ(ଏନସିଏ)ରେ ରିହାବିଲିଟେସନରେ ଥିଲେ । ଇଶାନ କିଷନ ମଧ୍ୟ ସଂପୂର୍ଣ୍ଣ ଫିଟ୍ ଅଛନ୍ତି ବୋଲି ଜାହିର ଖାନ କହିଛନ୍ତି ।
