ଏପ୍ରିଲ୍ରେ ୧୫ଦିନ ବ୍ୟାଙ୍କ ବନ୍ଦ, ଜାଣିରଖନ୍ତୁ ଛୁଟି ଲିଷ୍ଟ
ନୂଆଦିଲ୍ଲୀ : ଆଜି ଠାରୁ ଏପ୍ରିଲ ମାସ ଆରମ୍ଭ । ଏଥିସହିତ ନୂଆ ଆର୍ଥିକ ବର୍ଷ ୨୦୨୨-୨୩ ମଧ୍ୟ ଆରମ୍ଭ ହେଉଛି । ଏପ୍ରିଲ ମାସରେ ୧୫ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ବ୍ୟାଙ୍କ । ଏହି କ୍ରମରେ ବ୍ୟାଙ୍କ ଗୁଡିକ କ୍ରମାଗତ ୫ଦିନ ପାଇଁ ଆଜି ଠାରୁ ଅର୍ଥାତ୍ ୧ ଏପ୍ରିଲରୁ ୫ଏପ୍ରିଲ ପର୍ଯ୍ୟନ୍ତ ବନ୍ଦ ରହିବ। ତଥାପି, ଅନେକ ଛୁଟି ରହିଛି ଯାହା କୌଣସି ରାଜ୍ୟ କିମ୍ବା ସ୍ଥାନୀୟ ଅଞ୍ଚଳ ସହ ସମ୍ବନ୍ଧିତ ରହିଛି। ଏଥିପାଇଁ ବ୍ୟାଙ୍କର ଛୁଟି ଅଲଗା ଅଲଗା ରାଜ୍ୟ ହିସାବରେ ହୋଇଥାଏ। ସବୁ ଛୁଟି ସମସ୍ତ ରାଜ୍ୟ ଉପରେ ଲାଗୁ ହୁଏ ନାହିଁ।
ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ତଥା ଆରବିଆଇ ଏପ୍ରିଲ୍ ୨୦୨୨ ପାଇଁ ବ୍ୟାଙ୍କ ଛୁଟିଦିନର ତାଲିକା ପ୍ରକାଶ କରାଯାଇଛି। ଏପରି ପରିସ୍ଥିତିରେ, ଏପ୍ରିଲକୁ ଥିବା କାମ ପାଇଁ ବ୍ରାଞ୍ଚକୁ ଯିବା ପୂର୍ବରୁ ଆପଣଙ୍କୁ ବ୍ୟାଙ୍କ ଛୁଟି ତାଲିକା ଯାଞ୍ଚ କରିବାକୁ ପଡିବ । ଏହି ତାଲିକା ଅନୁଯାୟୀ, ଏପ୍ରିଲରେ ବ୍ୟାଙ୍କଗୁଡିକ ୧୫ ଦିନ ପାଇଁ ବନ୍ଦ ରହିବ। ତେବେ ଆସନ୍ତୁ ଜାଣିବା ଏପ୍ରିଲରେ ବ୍ୟାଙ୍କଗୁଡିକ କେବେ ଏବଂ କେଉଁ ରାଜ୍ୟରେ ବନ୍ଦ ରହିବ । ଯଦି ଆପଣଙ୍କୁ ବ୍ୟାଙ୍କ ସମ୍ବନ୍ଧିତ କୌଣସି ଜରୁରୀ କାମ ସାରିବାକୁ ଅଛି ତେବେ ନିଶ୍ଚୟ ଆପଣ ଛୁଟି ତାଲିକା ଥରୁଟିଏ ଦେଖି ନିଅନ୍ତୁ।
ଜଣାନ୍ତୁ କେଉଁ କେଉଁ ଦିନ ବନ୍ଦ ରହିବ ବ୍ୟାଙ୍କ :
ଏପ୍ରିଲ ୧- ବ୍ୟାଙ୍କ ଖାତାର ଆନୁଆଲ କ୍ଲୋଜିଂ, ପ୍ରାୟ ସବୁ ରାଜ୍ୟର ବ୍ୟାଙ୍କ ବନ୍ଦ ରହିବ।
ଏପ୍ରିଲ ୨- ଗୁଡି ପାଡଓ୍ଵା/ଉଗାଡି ଫେଷ୍ଟିଭାଲ/ନବରାତ୍ରର ପ୍ରଥମ ଦିନ/ତେଲୁଗୁ ନବ ବର୍ଷ।
ଏପ୍ରିଲ ୩- ରବିବାର।
ଏପ୍ରିଲ ୪- ସରିହୁଲ- ରାଞ୍ଚିରେ ବ୍ୟାଙ୍କ ବନ୍ଦ।
ଏପ୍ରିଲ ୫- ବାବୁ ଜଗଜୀବନ ରାମଙ୍କ ଜନ୍ମ ଦିନ- ହାଇଦ୍ରାବାଦରେ ବ୍ୟାଙ୍କ ବନ୍ଦ।
ଏପ୍ରିଲ ୯- ଶନିବାର (ମାସର ଦ୍ଵିତୀୟ ଶନିବାର)
ଏପ୍ରିଲ ୧୦- ରବିବାର।
ଏପ୍ରିଲ ୧୪- ଡ. ବାବାସାହେବ ଆମ୍ବେଦକର ଜୟନ୍ତୀ/ମହାବରୀ ଜୟନ୍ତୀ/ବୈଶାଖୀ/ତାମିଲ ନବବର୍ଷ/ବିଜୁ ଫେଷ୍ଟିଭାଲ/ ବୋହାର ପ୍ରାୟତଃ ସବୁ ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ।
ଏପ୍ରିଲ ୧୫- ଗୁଡ ଫ୍ରାଇଡେ/ ବଙ୍ଗାଳି ନବବର୍ଷ/ ହିମାଚଳ ଦିବସ/ ବିଶୁ/ ବୋହାଗ, ଜୟପୁର, ଜମ୍ମୁ ଏବଂ ଶ୍ରୀନଗରକୁ ଛାଡି ଅନ୍ୟ ସ୍ଥାନରେ ବ୍ୟାଙ୍କ ବନ୍ଦ ରହିବ।
ଏପ୍ରିଲ ୧୬- ବୋହାଗ ବିୟୁ- ଗୌହାଟୀରେ ବ୍ୟାଙ୍କ ବନ୍ଦ।
ଏପ୍ରିଲ ୧୭- ରବିବାର
ଏପ୍ରିଲ ୨୧- ଗଡିଆ ପୂଜା, ଅଗରତାଲାରେ ବ୍ୟାଙ୍କ ବନ୍ଦ।
ଏପ୍ରିଲ ୨୩- ଶନିବାର(ମାସର ଚତୁର୍ଥ ଶନିବାର)।
ଏପ୍ରିଲ ୨୪- ରବିବାର।
ଏପ୍ରିଲ ୨୯- ଶବ ଇ କଦ/ଜୁମାତ-ଉଲ-ବିଦା, ଜମ୍ମୁ ଓ କଶ୍ମୀରରେ ବ୍ୟାଙ୍କ ବନ୍ଦ।
