ବିଧାନସଭାରେ ସିଏଜି ରିପୋର୍ଟ ଉପସ୍ଥାପିତ
୨୦୨୦-୨୧ ରେ ଓଡିଶାରେ ସମଗ୍ର ରାଜ୍ୟ ଘରୋଇ ଉତ୍ପାଦ ୫,୦୯,୫୭୪ କୋଟି ଟଙ୍କା
ସେବା କ୍ଷେତ୍ରର ସବୁଠାରୁ ସର୍ବାଧିକ ୩୭.୧୬ ପ୍ରତିଶତ ଯୋଗଦାନ
ଭୁବନେଶ୍ୱର : ୨୦୨୦-୨୧ ରେ ଓଡିଶାରେ ସମଗ୍ର ରାଜ୍ୟ ଘରୋଇ ଉତ୍ପାଦ ୫,୦୯,୫୭୪ କୋଟି ଟଙ୍କା ରହିଥିଲା । ୨୦୨୦-୨୧ ରେ ସମଗ୍ର ରାଜ୍ୟ ଘରୋଇ ଉତ୍ପାଦ ସେବା କ୍ଷେତ୍ରର ସବୁଠାରୁ ଅଧିକ ଯୋଗଦାନ ଅର୍ଥାତ ୩୭.୧୬ ପ୍ରତିଶତ ଯୋଗଦାନ ଥିଲା । ସେହିପରି ଶିଳ୍ପ ପାଇଁ ୩୧.୭୩% ଓ କୃଷି ପାଇଁ ୧୮.୬୧% ଯୋଗଦାନ ରହିଥିଲା । ମହାଲେଖା ନିୟନ୍ତ୍ରକ ତଥା ମହାସମୀକ୍ଷକଙ୍କ ମାର୍ଚ ୨୦୨୧ରେ ସମାପ୍ତ ବର୍ଷ ପାଇଁ ରାଜ୍ୟର ଆର୍ôଥକ ସ୍ଥିତିର ପ୍ରତିବେଦନରେ ଏହା କୁହା ଯାଇଛି ।
ପ୍ରତିବେଦନରେ କୁହା ଯାଇଛି ଯେ ରାଜ୍ୟ ୯୦୭୬ କୋଟି ଟଙ୍କାର ରାଜସ୍ୱ ବଳକା ହାସଲ କରିଥିଲା ଏବଂଆର୍ôଥକ ନିଅଂଟ ୯୭୮୬ କୋଟି ଟଙ୍କା ରହିଥିଲା । ୨୦୨୦-୨୧ର ରାଜସ୍ୱ ବଳକା ପୂର୍ବ ବର୍ଷର ରାଜସ୍ୱ ବଳକା ୨୪୩୦ କୋଟି ଟଙ୍କା ଠାରୁ ୨୭୩ ପ୍ରତିଶତ ବର୍ôଧତ ଥିଲା । ପ୍ରତିବେଦନରେ କୁହା ଯାଇଛି ଯେ ୨୦୨୦-୨୧ରେ ସରକାରଙ୍କ ରାଜସ୍ୱ ପ୍ରାପ୍ତି ୧,୦୪,୩୮୭ କୋଟି ଟଙ୍କା ସମୁଦାୟ ଘରୋଇ ଉତ୍ପାଦର ୨୦.୪୯ ପ୍ରତିଶତ ଥିଲା । ନିଜସ୍ୱ ଟିକସ ରାଜସ୍ୱ ୩୪,୨୫୮ କୋଟି ଟଙ୍କା ପୂର୍ବ ବର୍ଷ ତୁଳନାରେ୍ ୬.୦୧ ପ୍ରତିଶତ ବୃଦ୍ଧି ପାଇଥିଲା । ସେହିପରି ପୂର୍ବ ବର୍ଷ ତୁଳନାରେ ଅଣ ଟିକସ ରାଜସ୍ୱ ମଧ୍ୟ ୩୩.୨୬ ପ୍ରତିଶତ ବୃଦ୍ଧି ପାଇଥିଲା ବୋଲି ରିପୋର୍ଟରେ କୁହା ଯାଇଛି ।
