ନହଙ୍ଗ ଉଚ୍ଚ ବିଦ୍ୟାଳୟରେ ଛାତ୍ରୀ ଆତ୍ମରକ୍ଷା ତାଲିମ ଶିବିର
ଖଇରା : ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ନହଙ୍ଗ ସ୍ଥିତ ପଞ୍ଚାୟତ ସମିତି ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବୁଧବାର ଛାତ୍ରୀ ଆତ୍ମରକ୍ଷା ତାଲିମ ଶିବିର ଉଦ୍ଘାଟିତ ହୋଇ ଯାଇଛି । ଅଧ୍ୟକ୍ଷା ଅନିତାରାଣୀ ନାୟକ ଏହାକୁ ଉଦ୍ଘାଟନ କରିବା ଅବସରରେ ବର୍ତ୍ତମାନ ଅସୁରକ୍ଷିତ ସମାଜରେ ଛାତ୍ରୀଙ୍କ ପାଇଁ ଏହା ରକ୍ଷାକବଚ ଭଳି କାର୍ଯ୍ୟ କରିବ । କାର୍ଯ୍ୟକ୍ରମ ସଂଯୋଜିକା ଅଳକାନନ୍ଦା ସାହୁ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟାପକ ବସନ୍ତ ସୂତାର, ଖେଳ ଶିକ୍ଷୟତ୍ରୀ ଗାୟତ୍ରୀ ଦାସ,ତାଲିମ ଦାତ୍ରୀ ମମତା ସାମଲ ଓ ସସ୍ମିତା ଖଟୁଆ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ପରେ ଉପସ୍ଥିତ ଥିବା ୧୪୦ଜଣଙ୍କୁ ଆତ୍ମରକ୍ଷା କୌଶଳ ଉପରେ ପ୍ରଶିକ୍ଷଣ ନେଇଥିଲେ ।
