ରେଳ ଧାରଣା ପାରି ହେଉଥିବାବେଳେ ଧକ୍କା ଦେଲା ଟ୍ରେନ, ମହିଳା ମୃତ
ଜଳେଶ୍ୱର : ବାଲେଶ୍ୱର ଜିଲା ଜଳେଶ୍ୱର ଥାନା ଲକ୍ଷ୍ମଣନାଥ ରେଳ ଷ୍ଟେସନ ଅନତି ଦୂରରେ ଅଘଟଣ । ରେଳ ଧାରଣା ପାରି ହେଉଥିବା ବେଳେ ଟ୍ରେନ ଧକ୍କାରେ ଜଣେ ଅଜଣା ମହିଳାଙ୍କ ମୃତ୍ୟୁ । ଘଟଣା ସ୍ଥଳରେ ରେଳବାଇ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଜାରି ରଖିଛି ।
ସୂଚନା ଯେ, ଲକ୍ଷ୍ମଣନାଥ ରେଳ ଷ୍ଟେସନ ଅନତି ଦୂରରେ ଗୁରୁବାର ସକାଳ ସମୟରେ ଜଣେ ମହିଳା ରେଳ ଧାରଣା ଅତିକ୍ରମ କରୁଥିଲେ । ଉକ୍ତ ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରେନ ମହିଳାଙ୍କୁ ଧକ୍କା ଦେଇଥିଲା । ଟ୍ରେନ ଧକ୍କାରେ ମହିଳାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଖବର ପାଇ ରେଳବାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଜାରି ରଖିଛି । ତେବେ ମହିଳାଙ୍କର କୌଣସି ପରିଚୟ ମିଳିପାରି ନାହିଁ ।
