ଟେଷ୍ଟ ରାଙ୍କିଂ : ଅଲରାଉଣ୍ଡର ତାଲିକାର ଶୀର୍ଷରେ ଜାଡେଜା, ଅଶ୍ୱିନ ଦ୍ୱିତୀୟ
ଦୁବାଇ : ଆଇସିସି ପକ୍ଷରୁ ନୂଆ ଟେଷ୍ଟ ରାଙ୍କିଂ ଜାରି ହୋଇଛି । ନୂଆ ରାଙ୍କିଂରେ ଟେଷ୍ଟରେ ଅଲରାଉଣ୍ଡର ତାଲିକାରେ ରବିଚନ୍ଦ୍ରନ ଅଶ୍ୱିନ ଗୋଟିଏ ସ୍ଥାନ ଉପରକୁ ଉଠି ଦ୍ୱିତୀୟ ସ୍ଥାନରେ ପହଂଚିଛନ୍ତି । ଏହି ତାଲିକାର ଶୀର୍ଷରେ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଅପରିବର୍ତ୍ତିତ ରହିଛନ୍ତି । ୱେଷ୍ଟ ଇଣ୍ଡିଜର ଅଲ୍ରାଉଣ୍ଡର ଜେସନ ହୋଲ୍ଡର ତୃତୀୟ ସ୍ଥାନକୁ ଖସି ଆସିଛନ୍ତି ।
ସେପଟେ ବୋଲର ତାଲିକାର ମଧ୍ୟ ରବିଚନ୍ଦ୍ରନ ଅଶ୍ୱିନ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ସେପଟେ ଫାଷ୍ଟ ବୋଲର ଜଶପ୍ରୀତ ବୁମରା ଏହି ତାଲିକାର ଚତୁର୍ଥ ସ୍ଥାନରେ ରହିଥିବାବେଳେ ଶୀର୍ଷରେ ରହିଛନ୍ତି ଅଷ୍ଟ୍ରେଲିଆର ଫାଷ୍ଟ ବୋଲର ପ୍ୟାଟ କମିନ୍ସ ।ବ୍ୟାଟରଙ୍କ ତାଲିକାରେ ଅଧିନାୟକ ରୋହିତ ଶର୍ମା ଅଷ୍ଟମ ସ୍ଥାନରେ ରହିଛନ୍ତି । ପୂର୍ବତନ ଅଧିନାୟକ ବିରାଟ କୋହିଲ ଏହି ତାଲିକାରେ ଦଶମ ସ୍ଥାନରେ ରହିଛନ୍ତି । ଅଷ୍ଟ୍ରେଲିଆର ମାର୍ନସ ଲାବୁସେନ ଏହି ତାଲିକାରେ ଶୀର୍ଷରେ ରହିଛନ୍ତି ।
