ନାରାୟଣପୁର ଜିଲାରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ, ୨ ଯବାନ ଆହତ
ମାଲକାନଗିରି : ମାଲକାନଗିରି ଛତିଶଗଡ଼ ସୀମାନ୍ତ ନାରାୟଣପୁର ଜିଲାରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଛି । ଏଥିରେ ଦୁଇ ଜଣ ଡିଆର୍ଜି ଯବାନ ଆହତ ହୋଇଛନ୍ତି । ସେମାନଙ୍କୁ ଆହତଙ୍କ ଅବସ୍ଥାରେ ହେଲିକପ୍ଟର ଯୋଗେ ରାୟପୁର ସ୍ଥାନାନ୍ତରିତ କରାଯାଇଛି ।
ସୂଚନା ଯେ, ଛତିଶଗଡ଼ ନାରାୟଣପୁର ଜିଲା କୁରୁସନାଡ ଥାନା ଅନ୍ତର୍ଗତ ଧାରାବାହି ଗାଁ ନିକଟରେ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଥିଲା । ସୁରକ୍ଷା ଦେବା ଲାଗି ବାଇକରେ ଯାଉଥିଲେ ଯବାନ । ହେଲେ ଯବାନଙ୍କୁ ଆସିବା ଦେଖି ନକ୍ସଲମାନେ ପୂର୍ବରୁ ପ୍ଲାଣ୍ଟ କରିଥିବା ଲ୍ୟାଣ୍ଡମାଇନକୁ ବିସ୍ଫୋରଣ କରିଥିଲେ । ଏଥିର ୨ଜଣ ଯବାନ ଆହତ ହୋଇଛନ୍ତି । ପରେ ସେମାନଙ୍କୁ ହେଲିକପ୍ଟର ଯୋଗେ ରାୟପୁର ସ୍ଥାନାନ୍ତରିତ କରାଯାଇଛି । ଘଟଣା ପରେ ସଂପୃକ୍ତ ଅଞ୍ଚଳରେ କୁମ୍ବିଂ ଅପରେସନ ଆରମ୍ଭ ହୋଇଛି ।
