ଗୋରୁ ବୋଝେଇ ଟ୍ରକ ଜବତ
କେନ୍ଦୁଝର : ଗୋରୁ ବୋଝେଇ ଟ୍ରକ ଜବତ । ବାହାର ରାଜ୍ୟକୁ ହେଉଥିଲା ଚାଲାଣ । ଅଧାରାସ୍ତାରେ କାବୁ କଲା ପୋଲିସ । କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ୪୯ ନମ୍ବର ଜାତୀୟ ରାଜପତ ହାତିବାରୀ ନିକଟରୁ ଗୋରୁ ବୋଝେଇ ଟ୍ରକ ଜବତ ହୋଇଛି ।
ସୂଚନା ଅନୁଯାୟୀ , ଗୋରୁ ମାନଙ୍କୁ ଅତି ଦୟନୀୟ ଭାବରେ ବନ୍ଧାଯାଇ ଟ୍ରକ ଭିତରେ ଲୋଡ଼ କରି ବରଗଡ ଅଞ୍ଚଳରୁ କୋଲକାତା ଅଭୁମୁଖେ ଚାଲାଣ କରାଯାଉଥିଲା । ଏସଂପର୍କରେ ଖବର ପୋଲିସ୍ ଚଢ଼ାଉ କରି ଉକ୍ତ ଟ୍ରକକୁ ଜବତ କରିଛି। ଟ୍ରକରୁ ୨୧ଟି ଗୋରୁକୁ ଉଦ୍ଧାର କରିଛି। ସମସ୍ତ ଗୋରୁଙ୍କ ଚିକିତ୍ସା କରାଯାଇ ଗୋ ଶାଳାରେ ଛଡ଼ାଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି ।
