ରିୟଲ ଇଷ୍ଟେଟ୍ କମ୍ପାନୀ ସୁପରଟେକକୁ ଦେବାଳିଆ ଘୋଷଣା କଲା ଏନସିଏଲଟି
ନୂଆଦିଲ୍ଲୀ: ରିୟଲ ଇଷ୍ଟେଟ୍ କମ୍ପାନୀ ସୁପରଟେକକୁ ଦେବାଳିଆ ଘୋଷଣା କଲା ଏନସିଏଲଟି ବା ନ୍ୟାସ୍ନାଲ ଲ କମ୍ପାନୀ ଟ୍ରିବ୍ୟୁନାଲ । କମ୍ପାନୀର ଦିଲ୍ଲୀ ଏନ୍ସିଆର୍ରେ କେତେ ପ୍ରୋଜେକ୍ଟ କାମ ଚାଲୁ ରହିଥିବା ବେଳେ ହଠାତ୍ ଦେବାଳିଆ ଘୋଷଣା କରିବା କମ୍ପାନୀ ପାଇଁ ମଙ୍ଗାପଡ଼ିଛି । ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆର ଆବେଦନ ପରେ ଏନସିଏଲଟିର ଦିଲ୍ଲୀ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି । ତା ସହିତ କମ୍ପାନୀ ବାକି ରଖିଥିବା ସମସ୍ତ ରାଶି ପୈଠ କରିବାକୁ ଏନସିଏଲଟି ଦିଲ୍ଲୀ ନିର୍ଦ୍ଦେଶ ଦେଇଛନ୍ତି।
ଏନସିଏଲଟିର ଏଭଳି ନିର୍ଦ୍ଦେଶରେ ଘର କିଣିବାକୁ ଇଛୁକ ଥିବା ପାଖାପାଖି ୨୫ ହଜାର ଗ୍ରାହକ ପ୍ରଭାବିତ ହେବେ। କାରଣ ଏମାନେ ବର୍ଷ ବର୍ଷ ଧରି ସଂସ୍ଥା ପାଖରେ ନିଜର ନୂଆ ଘର ପାଇଁ ବୁକ୍ କରି ବସିଛନ୍ତି। ଏପଟେ ଏନସିଏଲଟିର ରାୟକୁ ବିରୋଧ କରିଛି ସୁପରଟେକ କମ୍ପାନୀ। ଏହି ରାୟ ବିରୋଧରେ ଏନସିଏଲଟିରେ ଆବେଦନ କରିବ ବୋଲି କମ୍ପାନୀ ସୂଚନା ଦେଇଛି। ତା ସହିତ ଗ୍ରାହକଙ୍କ ସୂଚନା ନିମନ୍ତେ କମ୍ପାନୀ କହିଛି ଯେ ଏନସିଏଲଟିର ରାୟର ପ୍ରଭାବ ସୁପରଟେକ୍ର ସୁପର୍ନୋଭ, ଓଆର୍ବି, ଗଲ୍ଫ କଣ୍ଟ୍ରି, ହୁଏସ୍, ଆଜାଇଲା, ଇସ୍କ୍ୟୁଏରି, ଭ୍ୟାଲ୍ଲି, ବସେରା, ମେଟ୍ରୋପୋଲିସ ମଲ, ପେଣ୍ଟାଗନ ମଲ, ହୋଟେଲ୍ସ ପ୍ରୋଜେକ୍ଟ ଗୁଡ଼ିକ ଉପରେ ପଡ଼ିବ ନାହିଁ।
