ଶନିବାର ଦିନ ଭୁଲରେ ବି କିଣନ୍ତୁ ନାହିଁ ଏହି ୮ ଟି ଜିନିଷ, ଆପଣ ଆଗରୁ ହୋଇଯାଆନ୍ତୁ ସାବଧାନ ନଚେତ୍ କାନ୍ଦିବେ
ଶନିବାର ଦିନ ଭୁଲରେ ବି କିଣନ୍ତୁ ନାହିଁ ଏହି ୮ ଟି ଜିନିଷ ନଚେତ୍ ଆପଣ ବି ହୋଇଯିବେ ଦରିଦ୍ର। ଜୀବନସାରା କାନ୍ଦିବେ । ଶନିବାରକୁ ଶନି ଦେବଙ୍କ ବାର ବୋଲି କୁହାଯାଏ। ଶନିଦେବଙ୍କୁ ନ୍ୟାୟର ଦେବତା ମଧ୍ୟ କୁହାଯାଏ। ତାଙ୍କର ପ୍ରଭାବ ପ୍ରତ୍ୟେକ ରାଶିଙ୍କ ଉପରେ ପଡ଼ିଥାଏ। କିନ୍ତୁ ଏପରି କିଛି ବସ୍ତୁ ରହିଛି ଯାହାକୁ ଶନିବାର ଦିନ କିଣିବା ଅନୁଚିତ୍ ଅଟେ। ନଚେତ୍ ଆପଣଙ୍କୁ ସବୁଠୁ ବଡ଼ ସମସ୍ୟାର ସାମ୍ନା କରିବାକୁ ପଡିପାରେ।
ତେବେ ଆଜି ଆମେ ଆପଣ ମାନଙ୍କୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ କେତୋଟି ମୁଖ୍ୟ ବାସ୍ତୁ ଗୁଡ଼ିକ ବିଷୟରେ ଜଣେଇବାକୁ ଯାଉଛୁ ଯାହାକୁ ଶନିବାର ଦିନ କିଣିବା ଉଚିତ୍ ନୁହେଁ।
୧.ଚମଡା ଜିନିଷ। ଶନିବାର ଦିନ ଚମଡାରେ ତିଆରି ବେଲ୍ଟ,ବ୍ୟାଗ,ଜୋତା କେବେ ବି କିଣିବା ଉଚିତ୍ ନୁହେଁ। ଏପରି କଲେ ଶନିଦେବ କୋପ କରିଥାଆନ୍ତି। ଆପଣଙ୍କର ସମସ୍ତ ସୁଖ ସମୃଦ୍ଧି ମଧ୍ୟ ନାଶ ହୋଇଥାଏ।
୨. ତେଲ। ଘରେ କୌଣସି ପ୍ରକାରର ତେଲର ଅଭାବ ଥିଲେ ମଧ୍ୟ ଶନିବାର ଦିନ କେବେବି କିଣନ୍ତୁ ନାହିଁ। ଏହି ଦିନ ପଡୋଶୀ ମାନଙ୍କ ଠାରୁ ମଧ୍ୟ ତେଲ ମାଗନ୍ତୁ ନାହିଁ। ଏପରି କଲେ ଅଧିକ ଦୋଷ ବଢ଼ିଥାଏ। ନିବାରଣ କାଟିବା ଅତ୍ୟନ୍ତ କଷ୍ଟକର ମଧ୍ୟ ହୋଇପଡେ।

୩. ଝାଡୁ। ଶନିବାର ଦିନ ଝାଡୁ ବା ଅନ୍ୟ କୌଣସି ସଫାସୁତୁରା କରିବା ସାମଗ୍ରୀ ଘରକୁ ଆଣନ୍ତୃ ନାହିଁ। ଏହି ଦିନ ଝାଡୁ କିଣିଲେ ସୁଖ ସମୃଦ୍ଧି ନଷ୍ଟ ହୋଇଥାଏ। ଘରେ ରୋଗ ସବୁ ପ୍ରବେଶ ମଧ୍ୟ କରିଥାଏ।
୪. କଳା ଜିରା। ଶନିବାର ଦିନ କଳା ଜିରା ଶନି ଦେବଙ୍କୁ ଅର୍ପଣ କରାଯାଏ। ମାତ୍ର କେବେ ହେଲେ ମଧ୍ୟ ଶନିବାର ଦିନ କଳା ଜିରା କିଣନ୍ତୁ ନାହିଁ। ଏହା ଆପଣଙ୍କ ପାଇଁ ଅଶୁଭ ପରିଣାମ ଆଣିପାରେ।
୫. ଖାଇବା ଲୁଣ। ଲୁଣ ଏପରି ଏକ ଗୁରୁତ୍ବପୂର୍ଣ୍ଣ ଜିନିଷ ଯାହା ଶନିବାର ଦିନ କିଣିବା ପାଇଁ ମନା କରାଯାଇଛି। ଯେ କୌଣସି ଖାଇବା ଲୁଣ ଦରକାର ହୋଇଥାଏ। ଶନିବାର ଦିନ ଭୁଲରେ ବି ଲୁଣ କିଣନ୍ତୁ ନାହିଁ। ଏପରି କଲେ ଘରେ ରୋଗର ବାସ ହୋଇଥାଏ।

୬. ଲୁହାର ଜିନିଷ। ଯେ କୌଣସି ଲୁହା ଜିନିଷ ଛୋଟ ହେଉ ବା ବଡ଼ ତାହା ଶନିବାର ଦିନ କିଣିବା ଉଚିତ୍ ନୁହେଁ। ଏହା ଦ୍ବାରା ସନିଦେବ ଅପ୍ରସନ ହୁଅନ୍ତି। ମାତ୍ର ସେହି ଦିନ ଲୁହା ଦାନ କରିବା ଆପଣଙ୍କ ପାଇଁ ଶୁଭ ହେବ।
୭. ଜୋତା ବା ଚପଲ। ଶନିବାର ଦିନ ଜୋତା ଚପଲ କିଣିବା ଦ୍ବାରା ଘରେ ସୁଖ ସମୃଦ୍ଧି ସବୁ ଶେଷ ହୋଇଥାଏ। ମାତ୍ର ଏହି ଦିନ ନିଜର ପୁରୁଣା ଜୋତା ଚପଲକୁ ଦାନ କଲେ ଶନି ଗ୍ରହ ଶାନ୍ତ ହୋଇଥାନ୍ତି।
୮. କଳା ରଙ୍ଗର ଜିନିଷ। ଶନିବାର ଦିନ କଳା ରଙ୍ଗର କୌଣସି ବି ଜିନିଷ କିଣିବା ଉଚିତ୍ ନୁହେଁ। ଏପରି କଲେ ସନିଦେବ କୋପ କରନ୍ତି। ଆପଣ ମଧ୍ୟ ଏହି ଭୁଲ କୁ କେବେବି କରନ୍ତୁ ନାହିଁ।
