ପୌର ନିର୍ବାଚନ : ନିଦ୍ୱର୍ନ୍ଦ୍ୱରେ ବିଜୟୀ ହେଲେ ୭୩ ପ୍ରାର୍ଥୀ
ଭୁବନେଶ୍ୱର : ରାଜ୍ୟରେ ଶେଷ ହୋଇଛି ପୌର ନିର୍ବାଚନ । ୧୦୬ ପୌରାଞ୍ଚଳ ଓ ୩ଟି ମହାନଗର ନିଗମ ପାଇଁ ଅନୁଷ୍ଠିତ ନିର୍ବାଚନରେ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ ହୋଇଛି । ତେବେ ଇଭିଏମ ବାହାରେ ରହିଛନ୍ତି ୭୩ ଜଣ ।
ଏହି ୭୩ ପ୍ରାର୍ଥୀ ନିଦ୍ୱର୍ନ୍ଦ୍ୱରେ ବିଜୟୀ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଅଛନ୍ତି ବିଜେଡିର ୬୯ ପ୍ରାର୍ଥୀ । କଂଗ୍ରେସ ଓ ବିଜେପିରୁ ଜଣେ ଲେଖାଏଁ ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ୨ଜଣ ସ୍ୱାଧିନ ପ୍ରାର୍ଥୀ ମଧ୍ୟ ବିନା ପ୍ରତିଦ୍ୱନ୍ଦ୍ୱିତାରେ ଜିତିଥିବା ଜଣାପଡ଼ିଛି ।
