ଗାଙ୍ଗପୁର ଥାନାରେ ଅଭାବନୀୟ ଘଟଣା ! ସର୍ଭିସ ବନ୍ଧୁକରୁ ଗୁଳି ଫୁଟି ଆଇଆଇସି ମୃତ
ଗଞ୍ଜାମ : ଗଞ୍ଜାମ ଜିଲା ଗାଙ୍ଗପୁର ଥାନାରେ ଏକ ଅଭାବନୀୟ ଘଟଣା ଘଟିଛି । ନିଜେ ରଖିଥିବା ବନ୍ଧୁକରୁ ଅଘଟଣବଶତଃ ଗୁଳି ଫୁଟି ଗାଙ୍ଗପୁର ଥାନାଧିକାରୀ ଦେବ କୁମାର ଗମାଙ୍ଗୋଙ୍କ ମୃତ୍ୟୁ ଘଟିଛି। ପ୍ରତିଦିନ ଭଳି ନିଜ ଅଣ୍ଟାରେ ପିସ୍ତଲ ବେଲଟରେ ପିସ୍ତଲ ରଖିଥିଲେ । ତେବେ ବନ୍ଧୁକ ନଟ୍ ଲକ୍ ହୋଇନଥିବାରୁ ଅଚାନକ ସେଥିରୁ ଗୁଳି ଫୁଟି ଯାଇଥିଲା। ଅସାବଧାନତା ଯୋଗୁଁ ସର୍ଭିସ ବନ୍ଧୁକରୁ ଗୁଳି ଫୁଟି ନିଜ ଅଣ୍ଟାରେ ଲାଗିଥିଲା । ଏଥିରେ ଜଙ୍ଘ ଓ ପିଚା ପଛପଟେ ଗୁଳି ଲାଗିଥିବା ସୂଚନା ମିଳିଛି । ପ୍ରଚୁର ରକ୍ତସ୍ରାବ ହୋଇଥିଲା। ତାଙ୍କୁ ଆସ୍କା ଡାକ୍ତରଖାନାରେ ନେବା ବାଟରେ ମୃତ୍ୟୁ ଘଟିଥିଲା। ଡାକ୍ତରଖାନାରେ ଦେବଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ଗଞ୍ଜାମ ଏସପି ବ୍ରିଜେଶ ରାୟ ଆସ୍କା ଡାକ୍ତରଖାନାରେ ପହଞ୍ଚିଛନ୍ତି। ମୃତ୍ୟୁ ନେଇ ବାହାରେ ସ୍ପଷ୍ଟ କଲେ ଜିଲା ଏସପି । କେଉଁଠି ଓ କେମିତି ଗୁଳି ଫୁଟିଲା ତାହା ସ୍ପଷ୍ଟ ହୋଇନି । ସେପଟେ ଆସିକା ଏସଡିପିଓ ଉମାଶଙ୍କର ସିଂ, ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ, ଭଞ୍ଜନଗର ଥାନା ଅଧିକାରୀ ଧିରେନ କୁମାର ଦାଶ, ଭଞ୍ଜନଗର ଏସଡିପିଓ ଏସ.ଏସ.ଦାଶ ଆସିକା ମେଡିକାଲ ପହଞ୍ଚି ଥିବା ଜଣାପଡିଛି ।
ସୂଚନା ଯେ, ଦେବଙ୍କ ଗଞ୍ଜାମ ଜିଲାରେ ଏହା ପ୍ରଥମ ପୋଷ୍ଟିଂ ଥିଲା। ମୃତ ଗାଙ୍ଗପୁର ଥାନାଧିକାରୀ ଗମାଙ୍ଗଙ୍କ ପତ୍ନୀ କିରଣ ମହାନ୍ତି ବର୍ତ୍ତମାନ ନବରଙ୍ଗପୁର ଏସପିଙ୍କ କାର୍ଯ୍ୟାଳୟରେ ଇନ୍ସପେକ୍ଟର ଭାବେ କାର୍ଯ୍ୟରତ। ତାଙ୍କର ୪ ବର୍ଷର ଗୋଟିଏ ଯାଆଁଳା ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି।
