ଶିଶୁକନ୍ୟାକୁ ହତ୍ୟା ପରେ କଟାମୁଣ୍ଡ ଧରି ଗାଁରେ ବୁଲିଲା ଅଭିଯୁକ୍ତ, ଥାନାରେ ଅଟକ
ଜମନକିରା : ସମ୍ବଲପୁର ଜିଲା ଜମନକିରା ଥାନା କସଡ଼ା ଗ୍ରାମରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଜମନକିରା ଥାନା ଅନ୍ତର୍ଗତ କସଡା ଗ୍ରାମର ଗଳାକାଟି ଶିଶୁ କନ୍ୟାକୁ ହତ୍ୟା। ଶୌଚ ପାଇଁ ଯାଇଥିବାବେଳେ ଶିଶୁ କନ୍ୟାକୁ ହତ୍ୟା । ମୃତକ କସଡା ଗ୍ରାମର ପ୍ରଜାଲିନ ଧରୁଆ । ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରି ତଦନ୍ତ ଚଲାଇଛି ।
ସୂଚନା ଅନୁସାରେ କସଡ଼ା ଗ୍ରାମର ନବକିଶୋର ଧରୁଆଙ୍କ ଆଠ ବର୍ଷର ଝିଅ ପ୍ରଜାଲିନ ଘର ପାଖ ଚାଷ ଜମିକୁ ଶୌଚ ହେବାକୁ ଯାଇଥିଲା । ଏହି ସମୟରେ ଗ୍ରାମର ପ୍ରଶାନ୍ତ ବଗାର ଏକ ଟାଙ୍ଗିଆରେ ଶିଶୁକନ୍ୟାକୁ ହତ୍ୟା କରି କଟା ମୁଣ୍ଡକୁ ହାତରେ ଧରି ଗାଁ ଦାଣ୍ଡରେ ବୁଲିବା ସହ ଏକ ନଳକୂପ ନିକଟରେ ପକାଇ ଦେଇଥିଲା । ପ୍ରଜାଲିନର ପରିବାର ଲୋକେ ମହୁଲ ଗୋଟେଇ ଯାଇଥିବା ବେଳେ ଏଭଳି ଅଘଟଣ ଦେଖିବାକୁ ପାଇଥିଲେ । ଖବର ପାଇ ଜମନକିରା ପୋଲିସ ଘଟଣା ସ୍ଥଳରେ ପହଂଚି ଅଭିଯୁକ୍ତକୁ କାବୁ କରିଥିବା ବେଳେ ତଦନ୍ତ ଆରମ୍ଭ କରିଛି ।
