ଆଜି ଅଷ୍ଟ୍ରେଲିଆ-ଭାରତ ଦ୍ୱିତୀୟ ସମ୍ମିଳନୀ, ବିଭିନ୍ନ ଯୋଜନା ସମ୍ପର୍କରେ ହେବ ଆଲୋଚନା
ନୂଆଦିଲ୍ଲୀ : ଆଜି ଅନୁଷ୍ଠିତ ହେବ ଅଷ୍ଟ୍ରେଲିଆ-ଭାରତ ଦ୍ୱିତୀୟ ସମ୍ମିଳନୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନ୍ଙ୍କ ମଧ୍ୟରେ ଭର୍ଚୁଆଲ୍ ଯୋଗେ ଏହି ସମ୍ମିଳନୀ ଅନୁଷ୍ଠିତ ହେବ। ଏହି ବୈଠକରେ ବିଭିନ୍ନ କ୍ଷେତ୍ରରେ ପାରସ୍ପରିକ ସହଯୋଗକୁ ବ୍ୟାପକ କରିବା ପାଇଁ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା ହେବ। ଏହାବ୍ୟତୀତ ଉଭୟ ନେତା ଆଞ୍ଚଳିକ ଓ ଆନ୍ତର୍ଜାତିକ ବିଭିନ୍ନ ସମସ୍ୟା ସମ୍ପର୍କରେ ମଧ୍ୟ ଆଲୋଚନା କରିବେ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସୂତ୍ରରୁ ପ୍ରକାଶ।
୨୦୨୦ ଜୁନ୍ ୪ରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ହୋଇଥିବା ଐତିହାସିକ ପ୍ରଥମ ସମ୍ମିଳନୀ ପରେ ଉଭୟ ନେତା ଆଜି ଦ୍ୱିତୀୟ ବୈଠକରେ ଏକାଠି ହେବେ। ଏହି ଦ୍ୱିତୀୟ ବୈଠକରେ ଉଭୟ ନେତା ଦୁଇ ଦେଶ ମଧ୍ୟରେ ବ୍ୟାପକ ରଣନୀତିକ ଭାଗିଦାରୀ ସମ୍ପର୍କରେ ହୋଇଥିବା ଅଗ୍ରଗତିର ସମୀକ୍ଷା କରିବେ।
