ରାସ୍ତା ଉପରେ ବସି ଗୀତ ଗାଉଛନ୍ତି ବୃଦ୍ଧ, ସୋସିଆଲ୍ ମିଡିଆରେ ଭାଇରାଲ୍
ନୂଆଦିଲ୍ଲୀ : ଆଜିକାଲି ଅନେକ ଲୋକ ସୋସିଆଲ୍ ମିଡିଆର ବ୍ୟବହାର କରୁଛନ୍ତି। ସୋସିଆଲ ମିଡିଆ ପାଇଁ ଲୋକେ ରାତାରାତି ଷ୍ଟାର ହୋଇଯାଉଛନ୍ତି। ଆମ ଦେଶରେ ପ୍ରତିଭାର ଅଭାବ ନାହିଁ। ଆଖ ପାଖରେ ଏମିତି ଅନେକ ପ୍ରତିଭାବାନ୍ ଲୋକ ଅଛନ୍ତି। ସୋସିଆଲ୍ ମିଡିଆ ସେହିପରି ଦକ୍ଷତାକୁ ସାମ୍ନା ଆଣିବାର ଏକ ମାଧ୍ୟମ ସାଜିଛି। ସୋସିଆଲ୍ ମିଡିଆରେ ଏମିତି ଅନେକ ଭିଡିଓ ସାମ୍ନାକୁ ଆସୁଛି । ଯେଉଁଠି ଲୋକେ ତାଙ୍କ ପ୍ରତିଭା ପାଇଁ ପ୍ରଶଂସା ସାଉଁଟୁଛନ୍ତି। ପୂର୍ବରୁ ଟ୍ରେନ୍ରେ ଗୀତ ଗାଇ ରାନୁ ମଣ୍ଡଲ ଏବଂ ବାଦାମ ବିକିବା ସମୟରେ ଗୀତ ଗାଇ ଭୂବନ ବାଦ୍ୟକର ଫେମସ୍ ହୋଇଯାଇଛନ୍ତି। ତାଙ୍କ ଭିଡିଓକୁ ଲୋକଙ୍କର ଖୁବ୍ ଭଲ ପାଇବା ମିଳିଛି। ସେହି ପରି ଆଉ ଜଣେ ବ୍ୟକ୍ତିଙ୍କ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ବ୍ୟକ୍ତି ଜଣଙ୍କ ରାସ୍ତା ଉପରେ ବସି ଗୀତ ଗାଉଥିବା ଦେଖିବାକୁ ମିଳିଛି।
ପୁରୁଣା ମଇଳା କପଡା ପିନ୍ଧି ବ୍ୟକ୍ତି ଜଣଙ୍କ ରାସ୍ତାରେ ବସି ଗୀତ ଗାଉଛନ୍ତି। ବୃଦ୍ଧ ଜଣଙ୍କ ଅବ୍ କି ସାବନ ମେଁ ଗୀତ ଗାଉଛନ୍ତି। ହାତରେ ସେ ବାଦ୍ୟ ବଜାଇ ଗୀତ ଗାଉଛନ୍ତି। ବୃଦ୍ଧଙ୍କ ସ୍ବରର ଯାଦୁ ଯେମିତି ଇଣ୍ଡରନେଟ୍ ସାରା ଖେଳି ଯାଇଛି। ଅନେକ ଲୋକ ଏହି ଭିଡିଓକୁ ପସନ୍ଦ କରୁଛନ୍ତି। ଏହି ଭାଇରାଲ୍ ଭିଡିଓରେ ନାନା ଲୋକ ନାନା କମେଣ୍ଟ କରିଛନ୍ତି। କିଛି ଲୋକ ଏଭଳି ଦକ୍ଷତାକୁ ବଡ ପ୍ଲାଟଫର୍ମ ଦରକାର ବୋଲି ଲେଖିଥିବା ବେଳେ କିଛି ଲୋକ ବଲିଉଡ୍ର ବଡ ସଙ୍ଗିତ ନିର୍ଦ୍ଦେଶକ ବୃଦ୍ଧକୁ ଗୀତ ଗାଇବାକୁ ସୁଯୋଗ ଦେବା ଦରକାର ବୋଲି କମେଣ୍ଟ କରିଛନ୍ତି।
