ରିଭରାଇନ ନାଭିଗେସନରେ ନୂଆ ମାଇଲଷ୍ଟୋନ ପ୍ରତିଷ୍ଠା କଲା ଓଏସଏଲ ଗ୍ରୁପ
ପାରାଦୀପ : ଓଡ଼ିଶାର ସବୁଠୁ ଭରସାଯୋଗ୍ୟ ଷ୍ଟିଭେଡ଼ରିଂ ଫାର୍ମ ଓରିଶା ଷ୍ଟିଭେଡ଼ର୍ସ ଗୋଟିଏ ପରେ ଗୋଟିଏ ମାଇଲଷ୍ଟୋନ ହାସଲ କରି ଚାଲିଛି । ଏହି ସଫଳତା ପଛରେ କମ୍ପାନୀର ପରିଚାଳନା ନିର୍ଦେଶକ ମହିମାନନ୍ଦ ମିଶ୍ରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ପାରାଦୀପ ବନ୍ଦରରୁ ଅଧିକ ପରିମାଣ ଓ ଓଜନର ସାମଗ୍ରୀ ରପ୍ତାନି ଓ ସ୍ଥାନାନ୍ତର କରି ଏକ ନୂଆ ଇତିହାସ ସୃଷ୍ଟି କରିଛନ୍ତି । ଏହା କେବଳ ଓଏସଏଲ ଗ୍ରୁପ ପାଇଁ ନୁହେଁ ବରଂ କାରଗୋ ଶିଳ୍ପ ପାଇଁ ଏକ ବଡ଼ ମୁହୂର୍ତ୍ତ ।
ସୂଚନା ଅନୁସାରେ, ଓଏସଏଲ ପାରାଦୀପ ବନ୍ଦରରେ ୪୦୦ ମେଟ୍ରିକ ଟନର କାରଗୋକୁ ସଫଳତାର ସହ ରିଭରାଇନ ନାଭିଗେସନର ଲୁନା ଜେଟିରେ ସ୍ଥାନାନ୍ତର କରିଛି । ଲୁନା ଜେଟି ପାରାଦୀପ ବନ୍ଦରରୁ ୪୫ କିମି ଦୂରରେ ଥିବା ସତ୍ତ୍ୱେ ଓଏସଏଲ ଗ୍ରୁପ ଏହି କାରଗୋ ସ୍ଥାନାନ୍ତର ପ୍ରକ୍ରିୟାକୁ ସଫଳ କରିପାରିଛି । ଓଡ଼ିଶାରେ ଟାଟା ଷ୍ଟିଲ ଚାଇନାରୁ ଚାରୋଟି ହେଭି ଲିଫ୍ଟ ଅମଦାନୀ କରିଥିଲେ ମଧ୍ୟ ଓଏସଏଲ ଭଳି ଦକ୍ଷତାର ସହ ସ୍ଥାନାନ୍ତର ପ୍ରକ୍ରିୟାକୁ ସଫଳ କରି ପାରିନଥିଲା । ତେବେ ଏମଭି ୟଂଏଜ଼ ଭେନସରୁ ଅନଲୋଡିଙ୍ଗ ପରେ ହେଭି ଲିଫ୍ଟରେ ପାଣ୍ଟୁନ ସାନବୀ ଲୋଡ଼ କରାଯାଇଥିଲା ।ଏହା ସହ ସାମଗ୍ରୀ ଗୁଡିକୁ ରୋଲ ଅଫ ପ୍ରକ୍ରିୟାରେ ଲକ୍ଷ୍ୟ ସ୍ଥଳରେ ପହଞ୍ଚା ଯାଇଥିଲା ।
ସୂଚନା ଯେ, ଓଏସଏଲ ହେଉଛି ଓଡ଼ିଶାର ଗର୍ବ । ଦୀର୍ଘ ୪୬ ବର୍ଷ ହେଲା ଏହା ନିରନ୍ତର ଭାବେ କାର୍ଯ୍ୟ କରି ଆସୁଛି । ତେବେ ଓଏସଏଲ ଗ୍ରୁପର ଏହି ନୂଆ ମାଇଲଷ୍ଟୋନକୁ ସବୁଠି ପ୍ରସଂଶା କରାଯାଉଛି ।
