ଗ୍ୟାସ ସିଲିଣ୍ଡର ଫାଟି ରଘୁନାଥ ମନ୍ଦିରରେ ଅଗ୍ନିକାଣ୍ଡ
ଜୟପୁର : କୋରାପୁଟ ଜିଲା ଜୟପୁରରେ ଥିବା ରଘୁନାଥ ମନ୍ଦିରରେ ଅଗ୍ନିକାଣ୍ଡ। ଗ୍ୟାସ ସିଲିଣ୍ଡର ଫାଟି ଏହି ଅଘଟଣ ଘଟିଥିବା ଜଣାପଡିଛି।
ସୂଚନା ଯେ, ରବିବାର ସକାଳେ ମନ୍ଦିରରେ ଥିବା ଏକ ଗ୍ୟାସ ସିଲିଣ୍ଡର ଫାଟିଯାଇଥିଲା । ଫଳରେ ଅଗ୍ନିକାଣ୍ଡ ଘଟିଥିଲା । ଏହା ଏତେ ଭୟଙ୍କର ଥିଲା ଯେ, କମ୍ ସମୟରେ ଦେବୋତ୍ତର ବିଭାଗ କାର୍ଯ୍ୟାଳୟ ସମେତ ଆଖପାଖକୁ ବ୍ୟାପି ଯାଇଥିଲା। ନିଆଁ ବାବଦରେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ସେମାନେ ପହଞ୍ଚି ନିଆଁ ଲିଭାଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି ।
