ପୌର ନିର୍ବାଚନ ପାଇଁ ମାର୍ଚ୍ଚ ୨୨ରୁ ୨୬ ଡ୍ରାଏ-ଡେ’ ଘୋଷଣା
ଭୁବନେଶ୍ୱର : ପୌର ନିର୍ବାଚନ ପାଇଁ ୫ ଦିନ ବନ୍ଦ ରହିବ ମଦ ଦୋକାନ । ସମସ୍ତ ପୌରାଞ୍ଚଳ ଓ ମହାନଗର ନିଗମ ଅଞ୍ଚଳରେ ବନ୍ଦ ରହିବ ଦୋକାନ । ମାର୍ଚ୍ଚ ୨୨ରୁ ୨୬ ଡ୍ରାଏ ଡେ ଘୋଷଣା । ସବୁ ମଦ ଦୋକାନ, ବାର ବନ୍ଦ ପାଇଁ ଅବକାରୀ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି । ଏହାସହ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦିଆଯାଇଛି ।
ରାଜ୍ୟର ସମସ୍ତ ପୌରାଞ୍ଚଳରେ ମାର୍ଚ୍ଚ ୨୪ରେ ଭୋଟ ପଡିବ । ସେହିପରି ୨୬ ତାରିଖରେ ଭୋଟ ଗଣତି ହେବ । ୩ଟି ମହାନଗର ନିଗମ ଓ ୧୦୬ଟି ଏନଏସି ପାଇଁ ଏହି ନିର୍ବାଚନ ହେଉଛି । ତେବେ କୌଣସି ଅପ୍ରିତିକର ପରିସ୍ଥିତିକୁ ଏଡାଇବା ପାଇଁ ଏଭଳି ଘୋଷଣା କରାଯାଇଛି ।
