ମା’ ଜାଗୁଲାଇଙ୍କ ମନ୍ଦିରରୁ ସୂର୍ଣ୍ଣ ଅଳଙ୍କାର ଓ ପିତଳ ବାସନକୁସନ ଚୋରି
ଖୋର୍ଦ୍ଧା : ଖୋର୍ଦ୍ଧା ଜିଲା ଜଟଣୀ କୁଦିଆରୀର ଗ୍ରାମଦେବତୀ ମା ଜାଗୁଳାଇଙ୍କ ମନ୍ଦିରରୁ ଚୋରି ହୋଇଛି । ଗୁରୁବାର ବିଳମ୍ବିତ ରାତିରେ ଲୁଟେରାମାନେ ମନ୍ଦିରରେ ପଶି ମା’ଙ୍କ ସୂର୍ଣ୍ଣ ଅଳଙ୍କାର ଓ ପିତଳ ବାସନକୁସନ ଲୁଟି ନେଇଛନ୍ତି । ଏହାପରେ ତୁରନ୍ତ ଜଟଣୀ ଥାନାରେ ଏତଲା ଦିଆଯାଇଛି ।
ପୂର୍ବରୁ ମା’ଙ୍କ ହୁଣ୍ଡି ଭାଙ୍ଗି ଦଶହଜାରରୁ ଅଧିକ ଟଙ୍କା ଲୁଟି ନେଇଥିଲେ ଦୁର୍ବୃତ୍ତ । ପୂର୍ବରୁ ପାଞ୍ଚ ଥର ଚୋରି ହୋଇଥିଲେ ମଧ୍ୟ ଚୋରର କୌଣସି ଟେର୍ ପାଇନଥିଲା ପୋଲିସ । କିନ୍ତୁ ଏଥର ସିସିଟିଭି ଫୁଟେଜକୁ ଆଧାର କରି ଚୋରକୁ ଧରିବାକୁ ଉଦ୍ୟମ କରୁଛି ପୋଲିସ ।
