ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ୪ ଗୁରୁତର
କେନ୍ଦୁଝର : ହୋଲି ଖେଳ ବେଳେ ଘଟିଲା ଅଘଟଣ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହୋଇଛି ଗୋଷ୍ଠୀ ସଂଘର୍ଷ । ଘଟଣାରେ ୪ଜଣ ଗୁରୁତର । ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି । କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦପୁର ଗଡ଼ବାନ୍ଦୋଗଡ଼ା ଗାଁରେ ଘଟିଛି ଅଘଟଣ ।
ସୂଚନା ଯେ, ଏବେ ସବୁଆଡେ ଚାଲିଛି ହୋଲି ଖେଳର ମାହୋଲ । ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଗଡ଼ବାନ୍ଦୋଗଡ଼ାରେ ହୋଲି ଖେଳ ଚାଲିଥିଲା । ଠିକ୍ ଏହି ସମୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଅନ୍ୟ ଗୋଷ୍ଠୀର ଲୋକେ ଆକ୍ରମଣ କରିଥିଲେ । ଘଟଣାସ୍ଥଳରୁ ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।
