ଏଥର ହୋଲିରେ ଲଗାନ୍ତୁ ରାଶି ଅନୁଯାୟୀ ରଙ୍ଗ, ଜୀବନରେ ମିଳିବ ଅନେକ ଲାଭ
ଆଜି ରଙ୍ଗର ପର୍ବ ହୋଲି । ଏହି ଦିନ ରାଗରୁଷା ଭୂଲି ପରସ୍ପରକୁ ଆଲିଙ୍ଗନ କରିବାର ଦିନ । ବେଳେବେଳେ ସୁବ ଠିକ୍ ଥାଇ ମଧ୍ୟ ଆନନ୍ଦଦାୟକ ସମୟ ଦୁଃଖରେ ପରିଣତ ହୁଏ । ପ୍ରେମର ପ୍ରବାହ ଘୃଣାରେ ପରିଣତ ହୁଏ । ରଙ୍ଗ ମାନବ ଶରୀର ଉପରେ ଉଭୟ ବୈଜ୍ଞାନିକ ଏବଂ ଜ୍ୟୋତିଷ ଶାସ୍ତ୍ରର ଦୃଷ୍ଟିକୋଣରୁ ପ୍ରଭାବ ପକାଇଥାଏ । ଏହା ମଣିଷର ମନୋବଳକୁ ବୃଦ୍ଧି କରିଥାଏ । ତେବେ ଆସନ୍ତୁ ରାଶି ଅନୁଯାୟୀ ଜାଣିବା ହୋଲିରେ କେଉଁ ରଙ୍ଗ ଲଗାଇବା ଉଚିତ୍ ।
ରାଶି ଅନୁସାରେ ରଙ୍ଗ ବ୍ୟବହାର କରନ୍ତୁ :
ମେଷ ଏବଂ ବିଛା: ଏହି ରାଶିର ଲୋକମାନେ ନାଲି, କେଶର ଏବଂ ଗୋଲାପୀ ରଙ୍ଗର ଅବିର ଲଗାଇବା ଉଚିତ୍ । କଳା ଏବଂ ନାଲି ରଙ୍ଗରୁ ଦୂରେଇ ରହିବା ଉଚିତ୍ ।
ବୃଷ ଏବଂ ତୁଳା: ଆପଣ ଧଳା, ସିଲଭର, ବାଦାମୀ, ଧୂସର ରଙ୍ଗର ଅବିର ସହିତ ହୋଲି ଖେଳିବା ସର୍ବୋତ୍ତମ ରହିବ । ସବୁଜ ରଙ୍ଗରୁ ଦୂରେଇ ରୁହନ୍ତୁ ।
ମିଥୁନ ଏବଂ କନ୍ୟ: ସବୁଜ ରଙ୍ଗ ଆପଣଙ୍କ ପାଇଁ ଉପଯୁକ୍ତ ହେବ । ନାଲି ଓ କମଳା ରଙ୍ଗରୁ ଦୂରେଇ ରୁହନ୍ତୁ ।
କର୍କଟ: ଏହି ହୋଲିରେ ଆପଣ ପିଚକାଳିରୁ ଦୂରେଇ ରୁହନ୍ତୁ । ମଥାରେ ଚନ୍ଦନ ଟିକା ଲଗାନ୍ତୁ । କଳା ଓ ନୀଳ ରଙ୍ଗରେ ହୋଲି ଖେଳନ୍ତୁ ।
ସିଂହ: ହଳଦିଆ, କମଳା ଏବଂ ସୁବର୍ଣ୍ଣ ରଙ୍ଗରେ ହୋଲି ଖେଳିପାରିବେ । କଳା ଓ ଧୂସର ରଙ୍ଗ ଠାରୁ ଦୂରେଇ ରୁହନ୍ତୁ ।
ଧନୁ ଏବଂ ମୀନ: ହଳଦିଆ, ନାଲି ଓ କମଳା ରଙ୍ଗରେ ହୋଲି ଖେଳିପାରବେ । କଳା ରଙ୍ଗ ଲଗାନ୍ତୁ ନାହିଁ ।
ମକର ଏବଂ କୁମ୍ଭ: ଆପଣ କଳା, ନୀଳ, ଧୂସର ରଙ୍ଗରେ ହୋଲି ଖେଳିବା ଉଚିତ୍ । କିନ୍ତୁ ନାଲି ଓ ଗୋଲାପୀ ରଙ୍ଗରୁ ଦୂରେଇ ରୁହନ୍ତୁ ।
