ନନ୍ଦନକାନନକୁ ଆସିଲା ନୂଆ ସଦସ୍ୟ, ଶାବକ ଜନ୍ମ କଲା ସିଂହ ବିଜଲୀ
ଭୁବନେଶ୍ୱର : ନନ୍ଦନକାନନ ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ତୃତୀୟ ଥର ପାଇଁ ମା ହେଲା ସିଂହ ବିଜଲୀ । ବିଜଲୀ ଏକ ଶାବକ ଜନ୍ମ ଦେଇଛି। ପୂର୍ବରୁ ଦୁଇ ଥରରେ ୪ଟି ଶାବକ ଜନ୍ମ ଦେଇଥିଲା।
ସେମାନଙ୍କ ମଧ୍ୟରୁ ୨ଟିର ମୃତ୍ୟୁ ହୋଇସାରିଥିବା ବେଳେ ୨ଟି ଶାବକ ଜୀବିତ ଅଛନ୍ତି। ଏବେ ଏହି ନୂତନ ଶାବକକୁ ବିଜଲୀ କିପରି ଯତ୍ନ ନେଉଛି ତାର ଗତିବିଧି ଉପରେ ସିସିଟିଭି ମାଧ୍ୟମରେ କର୍ତ୍ତୃପକ୍ଷଙ୍କ ନଜର ରହିଛି। ବିଜଲୀ ପ୍ରଥମେ ୨୦୧୯ ଓ ଦ୍ୱିତୀୟ ଥର ୨୦୨୧ ମସିହାରେ ଦୁଇ ଥର ଶାବକ ଜନ୍ମ ଦେଇଥିଲା। ଏବେ ଏହା ତୃତୀୟ ଥର ଗର୍ଭଧାରଣ କରିଥିଲା। ତେବେ ଏବେ ଜନ୍ମ ହୋଇଥିବା ଛୁଆ ଓ ମା ସମସ୍ତେ ସୁସ୍ଥ ଥିବା ବେଳେ ଏମାନଙ୍କର ସଂଖ୍ୟା ୧୮କୁ ବୃଦ୍ଧି ପାଇଛି।
