ଭାରତୀୟ କୋଷ୍ଟଗାର୍ଡ଼ରେ ସାମିଲ ହେଲା ‘ସକ୍ଷମ’
ଗୋଆ : ଅଫସୋର ପାଟ୍ରୋଲ ଜାହାଜ (ଓପିଭି) ‘ସକ୍ଷମ’ ଭାରତୀୟ କୋଷ୍ଟଗାର୍ଡରେ ସାମିଲ ହୋଇଛି । ୧୦୫ ମିଟର ଦର୍ଘ ଅଫସୋର ପାଟ୍ରୋଲ ଭିସେଲ ଶ୍ରେଣୀରେ ଏହା ଦେଶର ପଂଚମ ଜାହାଜ । କେନ୍ଦ୍ର ପ୍ରତିରକ୍ଷା ସଚିବ ଅଜୟ କୁମାର ଗୋଆରେ ମହାନିର୍ଦ୍ଦେଶକ ଭି.ଏସ୍.ପଠାନିଆ ଓ ବରିଷ୍ଠ ସରକାରୀ ଅଧିକାରୀଙ୍କ ଉପସ୍ଥିତିରେ ଏହାକୁ କୋଷ୍ଟଗାର୍ଡରେ ସାମିଲ କରିଛନ୍ତି ।
ଏହାକୁ ମେକ୍ ଇନ୍ ଇଣ୍ଡିଆ ପ୍ରକଳ୍ପରେ ମେସର୍ସ ଗୋଆ ସିପୟାର୍ଡ ଲିମିଟେଡ (ଜିଏସଏଲ) ସ୍ୱଦେଶୀ ଜ୍ଞାନ କୌଶଳ ଓ ଡିଜାଇନରା ନିର୍ମାଣ କରିଛନ୍ତି । ଏହି ଜାହାଜ ଅତ୍ୟାଧୁନିକ ନେଭିଗେନ ଓ ସଂଚାର ବ୍ୟବସ୍ଥାରେ ସମୃଦ୍ଧ । ଏଥିରେ ସେନସର ସମେତ ଅନ୍ୟ ଯନ୍ତ୍ରପାତି ମଧ୍ୟ ରହିଛି । ପ୍ରାୟ ୨ହଜାର ୪୦୦ ଓଜନ ଏହି ପୋତର ଲମ୍ବା ୧୦୫ ମିଟର (୩୪୪ ଫୁଟ ୬ ଇଂଚ) ରହିଛି । ଏଥିରେ ଇଂଟିଗ୍ରେଟେଡ ବ୍ରିଜ ପ୍ରଣାଳୀ ସମେତ ପାୱାରମ୍ୟାନେଜମେଂଟ ସିଷ୍ଟମ, ଇଂଟିଗ୍ରେଟେଡ ମେସିନାରୀ କେଂଟ୍ରାଲ ସିଷ୍ଟମ ସାଙ୍ଗକୁ ଉଚ୍ଚ ଶକ୍ତି ସମ୍ପର୍ଣ୍ଣ ଏକ୍ସଟର୍ଣ୍ଣଲ ଫାୟାରଫାଇଟିଂ ସିଷ୍ଟମରେ ମଧ୍ୟ ରହିଛି । ତଟରକ୍ଷକ ସକ୍ଷମ ଡବଲ ଇଞ୍ଜିନ ଲାଇଟ୍ ହେଲିକପ୍ଟର ଓ ୫ ହାଇସ୍ପିଡ ବୋଟ ସହିତ ଅନୁନସନ୍ଧାନ ଓ ଉଦ୍ଧାର ଲାଗି ପାଟ୍ରୋଲ ଭିସେଲକୁ ନିର୍ମାଣ କରାଯାଇଛି । ଓପିଭି ସକ୍ଷମକୁ ମିଶାଇ ଭାରତୀୟ କୋଷ୍ଟଗାର୍ଡରେ ମୋଟ ଓପିଭିଙ୍କ ସଂଖ୍ୟା ୫କୁ ପହଂଚିଛି । ଏହା ପୂର୍ବରୁ ୪ଟି ପାଟ୍ରୋଲିଂ ଭିସେଲ ସଫଳତାର ସହ ସେବା ଦେଇଆସୁଛନ୍ତି ।
