ବିଶ୍ୱର ପ୍ରଥମ ମହିଳା କ୍ରିକେଟର ଭାବେ ଦିନିକିଆରେ ୨୫୦ ୱିକେଟ ହାସଲ କଲେ ଝୁଲଣ
ନୂଆଦିଲ୍ଲୀ: ଦିନିକିଆ କ୍ୟାରିଅରରେ ଏକ ନୂଆ ମାଇଲଷ୍ଟୋନ ଛୁଇଁଛନ୍ତି ଭାରତୀୟ ମହିଳା କ୍ରିକେଟ ଦଳର ପ୍ରମୁଖ ଫାଷ୍ଟ ବୋଲର ଝୁଲଣ ଗୋସ୍ୱାମୀ । ବିଶ୍ୱର ପ୍ରଥମ ମହିଳା କ୍ରିକେଟର ଭାବରେ ଦିନିକିଆ ମ୍ୟାଚ୍ରେ ୨୫୦ ୱିକେଟ ନେଇଛନ୍ତି ଝୁଲଣ । ବୁଧବାର ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍ରେ ଝୁଲଣ ଗୋସ୍ୱାମୀ ଏହି କୀର୍ତିମାନ ହାସଲ କରିଛନ୍ତି ।
ନିକଟରେ ସେ ଅନ୍ତର୍ଜାତୀୟ କ୍ରିକେଟରେ ୩୫୦ ୱିକେଟ ହାସଲ କରିବା କୀର୍ତିମାନ ହାସଲ କରିଥିଲେ । ୱେଷ୍ଟ-ଇଣ୍ଡିଜ୍? ବିପକ୍ଷରେ ସେ ଏହି ଉପଲବ୍ଧି ହାସଲ କରିଥିଲେ । ଖାଲି ସେତିକି ନୁହେଁ ବିଶ୍ୱକପରେ ସବୁଠାରୁ ଅଧିକ ୱିକେଟ ହାସଲ କରିବା ରେକର୍ଡ ମଧ୍ୟ ଝୁଲଣଙ୍କ ନାମରେ ରହିଛି ।ବୁଧବାର ଆଇସିସି ମହିଳା କ୍ରିକେଟ ଦିନିକିଆ ବିଶ୍ୱକପର ୧୫ଶ ଲିଗ ମ୍ୟାଚ୍ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିଲା । ଏଥିରେ ଭାରତକୁ ଇଂଲଣ୍ଡଠାରୁ ୪ ୱିକେଟରେ ପରାଜିତ ହେବାକୁ ପଡ଼ିଛି । ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇ ଭାରତ ମାତ୍ର ୩୬ ଓଭର ଖେଳି ୧୩୫ ରନ୍?ରେ ଅଲଆଉଟ୍? ହୋଇଥିଲା । ଜବାବରେ ଇଂଲଣ୍ଡ ମାତ୍ର ୬ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା । ଏହି ମ୍ୟାଚରେ ଫାଷ୍ଟ ବୋଲର ଝୁଲଣ ଗୋସ୍ୱାମୀ ଗୋଟିଏ ୱିକେଟ ହାସଲ କରି ୨୫୦ ୱିକେଟ ହାସଲ କରିବାରେ ବିଶ୍ୱର ପ୍ରଥମ ମହିଳା କ୍ରିକେଟର ହୋଇ ପାରିଛନ୍ତି । ଏହାକୁ ନେଇ ସେ କହିଛନ୍ତି ଯେ, “କେବେ ଭାବିନଥିଲି ଏଭଳି ଏକ ରେକର୍ଡ ହାସଲ କରି ପାରିବି । ମୁଁ ଖୁସି ଅଛି । କିନ୍ତୁ ଭାରତ ଏହି ମ୍ୟାଚ୍?ରେ ବିଜୟ ହାସଲ କରିଥିଲେ, ଅଧିକ ଖୁସି ଲାଗିଥାଆନ୍ତା ।”
