ନୀଳଗିରି ଏନ୍ଏସି ରାଜନୀତିରେ ନିର୍ଣ୍ଣାୟକ ଭୂମିକାରେ ସବ୍ୟସାଚୀ
ସଜନାଗଡ଼ : ନୀଳଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ସର୍ବାଙ୍ଗୀନ ଉନ୍ନତି ପାଇଁ ଚଳିତ ପୌର ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଯାଞ୍ଚ ସହ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ବୈଧ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି । ଅଧ୍ୟକ୍ଷ ଓ କାଉନସିଲର ପ୍ରାର୍ଥୀଙ୍କୁ ନିର୍ବାଚନୀ ଚିହ୍ନ ମଧ୍ୟ ମିଳି ଥିବା ବେଳେ ଆସନ୍ତା ୨୪ ତାରିଖ ଅନୁଷ୍ଠିତ ହେବାକୁ ଯାଉଛି ନିର୍ବାଚନ । ଏହା ସହ ପ୍ରମୁଖ ଦଳ କିଛି ବିଦ୍ରୋହୀ ସ୍ୱାଧୀନ ପ୍ରାର୍ଥୀଙ୍କୁ ମନାଇବାରେ ଅସଫଳ ହେବା ପରେ ପୁଣି ନୀଳଗିରି ଏନ୍ଏସି ରାଜନୀତିରେ ନିର୍ଣ୍ଣାୟକ ଭୂମିକାରେ ସବ୍ୟସାଚୀ ମହାପାତ୍ର ।
ନୀଳଗିରି ଏନଏସିର ୧୩ଟି ୱାର୍ଡ଼ରେ ଥିବା ବେଳେ ୧୩ ହଜାର ୭୯୬ ଭୋଟର ନିଜ ଅଞ୍ଚଳର କାଉନ୍ସିଲର ଓ ଅଧ୍ୟକ୍ଷଙ୍କୁ ସିଧାସଳଖ ଭୋଟ୍ ଦେଇ ନିର୍ବାଚିତ କରିବେ । ନିର୍ବାଚନ ପାଇଁ ପ୍ରଚାର ସରଗରମ ହେଉଥିବା ବେଳେ ସବ୍ୟସାଚୀ ମହାପାତ୍ର (ଟୁବ୍ଲୁ) ନିଜ ସଙ୍ଗଠନର ବୃହତ୍ତର ସ୍ୱାର୍ଥ ପାଇଁ ତାଙ୍କର ବ୍ୟକ୍ତିଗତ ସଙ୍ଗଠନକୁ ସଦୃଢ଼ କରିବା ପାଇଁ କିଛି ସ୍ୱାଧୀନ ପ୍ରାର୍ଥୀଙ୍କ ନେତୃତ୍ୱ ନେଇ ଚଳିତ ଏନ୍ଏସି ପୌର ନିର୍ବାଚନରେ ଅଧ୍ୟକ୍ଷ ଭାବେ ପରମିତା ସେଠୀଙ୍କୁ ସାଇକେଲ ଚିହ୍ନରେ ଓ କାଉନସିଲର ଭାବେ କିଛି ପ୍ରାର୍ଥୀଙ୍କୁ ସ୍ୱାଧୀନ ଭାବେ ପ୍ରାର୍ଥୀଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି । ସମସ୍ତ ପ୍ରାର୍ôଥନୀ ଓ ପ୍ରାର୍ଥୀମାନଙ୍କୁ ସୋମବାର ପୂର୍ବାହ୍ନରେ ସମର୍ଥକଙ୍କ ସହିତ ୨ନଂ ୱାର୍ଡ଼ରୁ ନିର୍ବାଚନ ପ୍ରଚାରକୁ ବାହାରି ଥିଲେ ।
ସୂଚନାଥାଉକି ଦଳ ବିରୋଧୀ କାର୍ଯ୍ୟ କରିବା ଅଭିଯୋଗରେ ଶ୍ରୀ ମହାପାତ୍ରଙ୍କୁ ବିଜେଡିରୁ ଗତ ଜୁଲାଇ ୨୪ରେ ନିଲମ୍ବନ କରାଯାଇଥିଲା । ଆଭ୍ୟନ୍ତରୀଣ ବିବାଦକୁ ମିଟାଇବା ଉଦ୍ଦେଶ୍ୟରେ ୨୦୨୨ ମସିହା ଜାନୁଆରୀ ୨୫ ତାରିଖରେ ବିଜେଡି କାର୍ଯ୍ୟାଳୟରେ ଦଳର ବୃହତ୍ତର ସ୍ୱାର୍ଥ ପାଇଁ ଦଳରୁ ନିଲମ୍ବିତ ହୋଇଥିବା ନୀଳଗିରି ନିର୍ବାଚନମଣ୍ଡଳୀର ପୂର୍ବତନ ଯୁବ ବିଜେଡି ସଭାପତି ସବ୍ୟସାଚୀ ମହାପାତ୍ରଙ୍କ ନିଲମ୍ବନକୁ ଜିଲା ସଭାପତିଙ୍କ ନିର୍ଦ୍ଦେଶରେ ପ୍ରତ୍ୟାହାର କରାଯାଇ ପୁର୍ନବାର ଦଳରେ ସାମିଲ କରାଯାଇଥିଲା । ଏହି କାର୍ଯ୍ୟଟି ତରବରିଆ ଭାବେ ହୋଇଥିବାରୁ ଏହା ସଫଳ ହେବା ବଦଳରେ ଦଳକୁ ବିଫଳତା ଆଡକୁ ନେଇଯାଇଥିଲା । ନିଲମ୍ବନ ପ୍ରତ୍ୟାହାର ପରେ ମଧ୍ୟ ଗତ ପଞ୍ଚାୟତ ନିର୍ବାଚନରେ ବିଭିନ୍ନ ସ୍ଥାନରେ ସ୍ୱାଧୀନ ପ୍ରାର୍ଥୀ ଦେଇ ତାଙ୍କ ପାଇଁ ଶେଷ ପର୍ଯ୍ୟନ୍ତ ଲାଗିରହିଥିଲେ । ସେ ଛିଡ଼ା କରାଇଥିବା ପ୍ରାର୍ଥୀମାନଙ୍କ ଯୋଗୁ ବିଶେଷକରି ୨ନଂ. ଜୋନ୍ରେ ବିଜେଡି ଦଳର କ୍ଷତି ମଧ୍ୟ ହୋଇଥିଲା । ପୁଣି ପୌର ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଦେଇ ତାଙ୍କ ପାଇଁ ପ୍ରଚାର ଜୋରଦାର କରିଛନ୍ତି । ଚା’ଖଟିରୁ ଆରମ୍ଭ କରି ଜନଗହଳି ସ୍ଥାନରେ ଶ୍ରୀ ମହାପାତ୍ରଙ୍କ ନାମ ଚର୍ଚ୍ଚା ଚାଲିଛି । ଭୋଟରମାନେ କାହାକୁ ଅଧ୍ୟକ୍ଷ ଓ କାଉନସିଲର ଭାବେ ଚୟନ କରିବେ ତାହା ପରଖୁଛନ୍ତି । ଭୋଟରଙ୍କ ନିକଟତର ହେବା ପାଇଁ ଶ୍ରୀ ମହାପାତ୍ର ଗୋଟି ଚାଳନା କରୁଥିବା ବେଳେ ପ୍ରାର୍ଥୀମାନଙ୍କ ସହ ଚିହ୍ନକୁ ଧରି ୱାର୍ଡ଼ ୱାର୍ଡ଼ ବୁଲୁଛନ୍ତି । ଏନେଇ କର୍ମୀଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଉଥିବାରୁ ଚର୍ଚ୍ଚାରେ କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି ସବ୍ୟସାଚୀ ମହାପାତ୍ର ।
