ରୁଷ ସେନା ଗୁଳିରେ ୟୁକ୍ରେନରେ ସାମ୍ୱାଦିକ ମୃତ
ନୂଆଦିଲ୍ଲୀ : ୟୁକ୍ରେନରେ ରୁଷ ସେନାର ଆକ୍ରମଣ ଜାରି ରହିଛି । ହଜାର ହଜାର ଲୋକଙ୍କ ମୃତ୍ୟୁ ହୋଇଛି । ଶହ ଶହ ନିରୀହ ଲୋକଙ୍କ ମୃତ୍ୟୁ ହୋଇଛି । ଲକ୍ଷ ଲକ୍ଷ ଲୋକେ ଦେଶ ଛାଡିସାରିଲେନି । ଏହାରି ଭିତରେ ରବିବାର ରୁଷ ସେନା ଗୁଳିରେ ଜଣେ ସାମ୍ୱାଦିକଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି । ଖବର ସରବରାହ ସଂସ୍ଥା ଏଫପିର ସୂଚନା ଅନୁସାରେ ମୃତ ସାମ୍ୱାଦିକ ଜଣଙ୍କ ଆମେରିକାର ଏବଂ ତାଙ୍କ ନାଁ ବ୍ରେଂଟ ରେନାଉଡ୍ । ସେ ଯୁଦ୍ଧଗ୍ରସ୍ତ ୟୁକ୍ରେନରେ ଖବର ସଂଗ୍ରହ କରୁଥିଲେ । ଆମେରିକୀୟ ସାମ୍ୱାଦିକ ତଥା ଫିଲ୍ମ ନିର୍ମାତା ବ୍ରେଂଟ ରେନାଉଡ୍ । ଦୀର୍ଘ ବର୍ଷ ଧରି ଅନ୍ତର୍ଜାତୀୟ ଗଣମାଧ୍ୟମ ନ୍ୟୁୟର୍କ ଟାଇମ୍ସ ସହ କାମ କରୁଥିଲେ । ତେବେ ରୁଷ ସେନାର ଗୁଳିରେ ତାଙ୍କର ମୃତ୍ୟୁ ହୋଇଛି ।
