ଦ୍ବିତୀୟ ଟେଷ୍ଟ : ଟସ୍ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି
ଅକ୍ଷର ପଟେଲ ସାମିଲ, ବାଦ୍ ପଡିଲେ ଜୟନ୍ତ ଯାଦବ
ବେଙ୍ଗାଲୁରୁ : ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଶନିବାର ଠାରୁ ଆରମ୍ଭ ହେଉଛି ଦିବା-ରାତ୍ର ଟେଷ୍ଟ । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ଟିମ୍ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା। ପ୍ରଥମ ମ୍ୟାଚ୍କୁ ମାତ୍ର ୩ ଦିନ ମଧ୍ୟରେ ଜିତିଥିବା ଟିମ୍ ଇଣ୍ଡିଆ ଦ୍ୱିତୀୟ ଟେଷ୍ଟରେ ସମାନ ଆଭିମୁଖ୍ୟ ନେଇ ପଡ଼ିଆକୁ ଓହ୍ଲାଇଛି। ତେବେ ପ୍ଲେଇଂ ଇଲେଭେନ୍ରେ ସାମାନ୍ୟ ଅଦଳବଦଳ କରିଛି ଭାରତୀୟ ଦଳ । ଅକ୍ଷର ପଟେଲଙ୍କୁ ଦଳରେ ସ୍ଥାନ ମିଳିଥିବା ବେଳେ ଜୟନ୍ତ ଯାଦବ ବାଦ୍ ପଡିଛନ୍ତି । ସେହିପରି ଶ୍ରୀଲଙ୍କା ମଧ୍ୟ ପ୍ଲେଇଂ ଇଲେଭେନ୍ରେ ପରିବର୍ତ୍ତନ କରିଛି । ଦଳରେ କୁଶଲ ମେଣ୍ଡିସ୍ ଏବଂ ପ୍ରବୀଣ ଜୟବିକ୍ରମାଙ୍କୁ ସାମିଲ କରାଯାଇଛି ।
ଏହି ବିଜୟ ସହ ଦଳ ୨-୦ରେ ଟେଷ୍ଟ ସିରିଜ୍ କ୍ଲିନ ସୁଇପ କରିବା ମୁଡରେ ରହିଛି। ପ୍ରଥମ ମ୍ୟାଚ୍ ଜିତିବା ସତ୍ତ୍ୱେ ଆଜି ଦଳ ଚୂଡ଼ାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ କରିଛି। ଅପସ୍ପିନର ଜୟନ୍ତ ଯାଦବଙ୍କ ବଦଳରେ ଚୂଡ଼ାନ୍ତ ଏକାଦଶକୁ ବାମହାତୀ ଅଲରାଉଣ୍ଡର ଅକ୍ଷର ପଟେଲ କମବ୍ୟାକ କରିଛନ୍ତି। ଆହତ ଯୋଗୁ ସେ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟ ଖେଳି ନଥିଲେ। ଅନ୍ୟପକ୍ଷରେ ଆହତ ସମସ୍ୟା ଦେଇ ଗତି କରୁଥିବା ଶ୍ରୀଲଙ୍କା ଦୁଇଟି ପରିବର୍ତ୍ତନ ସହ ମୈଦାନକୁ ଓହ୍ଲାଇଛି। ଇନଫର୍ମ ନିଶାଙ୍କା ଆହତ ହେବାରୁ କୁଶଲ ମେଣ୍ଡିସ ଦଳରେ ସାମିଲ ହୋଇଛନ୍ତି। ସେହିପରି ଲାହିରୁ କୁମାରଙ୍କ ବଦଳରେ ପ୍ରବୀଣ ଜୟବିକ୍ରମା ଚୂଡ଼ାନ୍ତ ଏକାଦଶରେ ସୁଯୋଗ ପାଇଛନ୍ତି।
ଭାରତର ଚୂଡାନ୍ତ ଏକାଦଶ: ରୋହିତ ଶର୍ମା (ଅଧିନାୟକ), ମୟଙ୍ଗ ଅଗ୍ରଓ୍ବାଲ, ହନୁମା ବିହାରୀ, ବିରାଟ କୋହଲି, ଶ୍ରେୟସ ଆୟର, ଋଷଭ ପନ୍ତ, ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ବିନ, ଅକ୍ଷର ପଟେଲ, ମହମ୍ମଦ ସାମୀ ଏବଂ ଜସପ୍ରୀତ ବୁମରାହ।
ଶ୍ରୀଲଙ୍କାର ଚୂଡାନ୍ତ ଏକାଦଶ: ଡି କରୁଣାରତ୍ନେ (ଅଧିନାୟକ), ଳାହିରୁ ଥିରିମାନେ, କୁଶଲ ମେଣ୍ଡିସ୍, ଆଞ୍ଜେଲୋ ମାଥ୍ୟୁସ୍, ଡି. ସିଲଭା, ଆସାଲଙ୍କା, ଡିକଓ୍ବାଲା, ଏସ. ଲାକମଲ, ଏଲ. ଆମ୍ବୁଲଡାନିୟା, ବି ଫର୍ଣ୍ଣାଣ୍ଡୋ ଏବଂ ପି ଜୟବିକ୍ରମା ।
