ଷ୍ଟକ ମାର୍କେଟ ନାଁରେ ୧୦ କୋଟି ଠକେଇ, ଦୁଇ ନିର୍ଦ୍ଦେଶକ ଗିରଫ
ଭୁବନେଶ୍ୱର : ପୁଣି ଏକ ବଡ଼ଧରଣର ଠକେଇ । ଷ୍ଟକ ମାର୍କେଟ ନାଁରେ ୧୦ କୋଟି ଟଙ୍କା ଠକେଇ ଅଭିଯୋଗ । ମୁମ୍ବାଇରେ ଥିବା କମ୍ପାନୀର ୨ଜଣ ନିର୍ଦ୍ଦେଶକଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) । ସେୟାର ମାର୍କେଟରେ ଟଙ୍କା ବିନିଯୋଗ କରିବାକୁ କହି ଠକେଇ କରିଥିବା ଅଭିଯୋଗ ଆସିଛି ।
ସୂଚନା ଯେ, ସେୟରା ମାର୍କେଟରେ ଟଙ୍କା ବିନିଯୋଗ କରି ଅଧିକ ସୁଧ ଦେବାକୁ ପ୍ରତିଶୃତି ଦେଇଥିଲା କମ୍ପାନୀ । ଓ୍ବେବ ସାଇଟ ଓ ବିଭିନ୍ନ ବ୍ରାଉଚର କରି ଲୋକଙ୍କୁ ପ୍ରଲୋଭିତ କରି ଟଙ୍କା ଠକେଇ କରୁଥିବା ଅଭିଯୋଗ ଆସିଥିଲା । ଏପିରିକି ଓଡିଶାରୁ ଜଣେ ନିବେଶକଙ୍କ ୧୦ କୋଟି ଠକିଥିବା ଅଭିଯୋଗ ହୋଇଥିଲା । ଏହାପରେ କ୍ରାଇମ୍ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ତଦନ୍ତ ଆରମ୍ଭ କରି ଇଆଭିକ ପ୍ରାଇଭେଟ କମ୍ପାନୀର ୨ ନିର୍ଦ୍ଦେଶକ ଅର୍ପନ ପଟେଲ ଓ ଆଦ୍ୟଜ୍ୟୋତି ନାୟକଙ୍କୁ ଗିରଫ କରିଛି ଇଓଡବ୍ଲୁ । ଉଭୟଙ୍କୁ ମମ୍ବାଇରୁ ଟ୍ରାଜିଂଟ ରିମାଣ୍ଡରେ ଆଣିଛି ଇଓଡବ୍ଳୁ। ୟୁ-ଟ୍ୟୁବ ଏବଂ ଅନେକ ଓ୍ବେବ ସାଇଟରେ ବିଭିନ୍ନ ବ୍ରୋଚର କରି ଲୋକଙ୍କୁ ପ୍ରଲୋଭିତ କରୁଥୁଲେ ।
