ଆଜି ବସିବ ଛତିଶା ନିଯୋଗ ବୈଠକ, ଦୋଳପୂର୍ଣ୍ଣିମା ନୀତି ନିର୍ଘଣ୍ଟ ନେଇ ହେବ ଆଲୋଚନା
ପୁରୀ : ଆଜି ବସିବ ଛତିଶା ନିଯୋଗ ବୈଠକ । ଦୋଳପୂର୍ଣ୍ଣିମା ନୀତି ନିର୍ଘଣ୍ଟ ନେଇ ଆଜିର ବୈଠକରେ ଆଲୋଚନା ହେବ। ଶନିବାର ସନ୍ଧ୍ୟା ୫ଟାରେ ବସିବ ଏହି ବୈଠକ ଅନୁଷ୍ଠିତ ହେବ। ପୁରୀ ଜିଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହେବ । ଏଥିରେ ଛତିଶା ନିଯୋଗର ସେବାୟତ ପ୍ରତିନିଧି ମାନେ ଯୋଗ ଦେବେ।
ଏହି ବୈଠକରେ ଦୋଳପୂର୍ଣ୍ଣିମା ନୀତି ନିର୍ଘଣ୍ଟ ସହ ରବିବାର ସାଧାରଣ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବ କି ନାହିଁ ସେନେଇ ଆଲୋଚନା କରାଯିବ। ସେହିପରି ଶ୍ରୀମନ୍ଦିର ନୀତି କାନ୍ତି ଓ ଶୃଙ୍ଖଳିତ ଦର୍ଶନ ପ୍ରସଙ୍ଗ ଉପରେ ଆଲୋଚନା ହେବ ।
