ସୋସିଆଲ ମିଡିଆରେ ଝିଅର ପ୍ରଥମ ଫଟୋ ସେୟାର କଲେ ଆଦିତ୍ୟ ନାରାୟଣ
ମୁମ୍ବାଇ: ବଲିଉଡର ଲୋକପ୍ରୀୟ ଗାୟକ ଉଦିତ ନାରାୟଣଙ୍କ ପୁଅ ତଥା ବଲିଉଡ ଅଭିନେତା ତଥା ସିଙ୍ଗର ଆଦିତ୍ୟ ନାରାୟଣ ପ୍ରଥମ ଥର ପାଇଁ ସୋସିଆଲ ମିଡିଆରେ ନିଜ ଝିଅର ଫଟୋ ସେୟାର କରିଛନ୍ତି । କିଛିଦିନ ତଳେ ତାଙ୍କ ପତ୍ନୀ ଶ୍ୱେତା ଅଗ୍ରୱାଲ ଏକ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଥିଲେ ।
କିଛି ଦିନ ପୂର୍ବେ ନିଜ ଝିଅର ନାଁ ଘୋଷଣା କରିଥିବାବେଳେ ନିଜ ଝିଅର ଫଟୋ ବି ଫ୍ୟାନ୍ସଙ୍କ ସାମ୍ନାରେ ସେୟାର କରିଛନ୍ତି ଆଦିତ୍ୟ । ଯେଉଁ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ହିଁ ଆଦିତ୍ୟ ଏହି ସବୁ ଫଟୋ ସେୟାର କରିଛନ୍ତି । ଝିଅ ତ୍ୱିସା ନାରାୟଣର ପ୍ରଥମ ଝଲକ ସେୟାର କରି ଆଦିତ୍ୟ ଲେଖିଛନ୍ତି କି, ମୁଁ ଏହି ସମୟରେ ନିଜକୁ ଖୁବ୍ ଭାଗ୍ୟାବନ ମନେ କରୁଛି । ମୁଁ କିଛି ଦିନ ପାଇଁ ସୋସିଆଲ ମିଡିଆରୁ ଛୁଟି ନେବାକୁ ଚାହୁଁଛି । ଆଗକୁ କିଛି ସପ୍ତାହ ନିଜ ଗେହ୍ଲି ଝିଅ ସହିତ ସମୟ ବିତାଇବାକୁ ଚାହୁଁଛି । ସେୟାର ହୋଇଥିବା ଫଟୋରେ ଆଦିତ୍ୟ ନିଜ ଛାତିରେ ଝିଅକୁ ଜାବୁଡି ଧରିଛନ୍ତି ।
