ମା’ ହେଲା ଧଳା ବାଘୁଣୀ ରୁପା, ଜନ୍ମ ଦେଲା ପ୍ରଥମ ଶାବକ
ବାରଙ୍ଗ : ନନ୍ଦନକାନନରେ ନୂଆ ଅତିଥି। ଶୁକ୍ରବାର ସକଳେ ନନ୍ଦନକାନନରେ ଧଳା ବାଘୁଣୀ ରୁପା ତାର ପ୍ରଥମ ଶାବକ ଜନ୍ମ ଦେଇଛି । ବର୍ତ୍ତମାନ ସୁଧା ଗୋଟିଏ ଶାବକ ଜନ୍ମ ହୋଇଥିବା ବେଳେ ପ୍ରସବ ପ୍ରକ୍ରିୟା ଜାରି ରହିଛି । ପ୍ରସବ ପ୍ରକ୍ରିୟା ଜାରି ରହିଥିବାରୁ ଆଜି ମଧ୍ୟାହ୍ନ ସୁଦ୍ଧା ଆଉ ଅଧିକ ଶାବକ ଜନ୍ମ ହେବାର ସମ୍ଭାବନା ରହିଛି ।
ସିସିଟିଭି ଫୁଟେଜ ଦେଖି ରୁପାର ପ୍ରସବ ପ୍ରକିୟା ଉପରେ କତ୍ତୃପକ୍ଷ ନଜର ରଖିଛନ୍ତି । ଜନ୍ମ ହୋଇଥିବା ପ୍ରଥମ ଶାବକର ରୁପା ଠିକ୍ରେ ଯତ୍ନ ନେଉଥିବା ସିସିଟିଭି ଫୁଟେଜରୁ ଜଣାପଡୁଛି । ଗତ ତିନି ମାସ ତଳେ ଲାଲି ମହାବଳ ବାଘ ସାହିଲ ସହିତ ରୁପାର ମିଳନ କରାଯାଇଥିଲା ।
