ବଢିବାରେ ଲାଗିଛି ତାପମାତ୍ରା ! ଆପଣାନ୍ତୁ ଏହି ସମର ଟିପ୍ସ ଓ ରୁହନ୍ତୁ ଫିଟ୍
ଖରାଦିନରେ ତାପମାତ୍ରା ବଢିବାରେ ଲାଗିଛି। ଯାହା ଆମକୁ ଅଳସୁଆ ଓ ଅନଫିଟ୍ କରିଦିଏ। ସମର୍ ଆସିଲେ ଆମେ ତ୍ୱଚାର ଯତ୍ନ ନେବା ଓ ଫିଟ୍ ରହିବା ଭୁଲିଯାଉ। କିନ୍ତୁ ସମରରେ ଫିଟ୍ ରହିବା ଓ ସଠିକ୍ ଖାଦ୍ୟ ଆପଣାଇବା ଦ୍ୱାରା ଆମେ ସୁସ୍ଥ ରହିଥାଉ, ଯାହା ଜରୁରୀ ଅଟେ। ସମରରେ ବିଭିନ୍ନ ପ୍ରକାରର ଫ୍ରୁଟସ୍ ରେ ଉଚିତ ପରିମାଣର ଭିଟାମିନ ରହିଥାଏ, ଯାହା ଶରୀରକୁ ହାଇଡ୍ରେଡ୍ ରଖିବା ସହ ଆମକୁ ଫ୍ରେସ୍ ରଖିଥାଏ। ହିଟ୍, ବ୍ୟାକ୍ଟେରିଆ ଇନଫେକ୍ସନ, ପେଟ ପାଇଁ ହାଇଡ୍ରେଡ ରହିବା ଆବଶ୍ୟକ ଅଟେ। ଆପଣଙ୍କ ସ୍ୱାସ୍ଥ୍ୟ ଓ ତ୍ୱଚାକୁ ଠିକ ରଖିବା ପାଇଁ ଆପଣାନ୍ତୁ ଏହି ଟିପ୍ସ।
ଭେଜିଟେବଲ ଓ ଫ୍ରୁଟସ୍ ଖାଆନ୍ତୁ :
ଖରାଦିନରେ ସାଧାରଣତଃ ଆମେ ତରଭୁଜ, କାକୁଡ଼ି ଆଦି ଫଳକୁ ଖାଇଥାଉ। କିନ୍ତୁ ତା ବ୍ୟତୀତ ଖରାଦିନରେ ମିଳୁଥିବା ଫଳ ଓ ପରିବା ମଧ୍ୟ ଶରୀର ପାଇଁ ଦରକାରୀ ଅଟେ। ତେଣୁ ଖାଦ୍ୟରେ ଖରାଦିନରେ ମିଳୁଥିବା ବିଭିନ୍ନ ପରିବା ଓ ଫଳ ଯେପରି ଆମ୍ବ, ପ୍ଲମ୍, ଟମାଟୋ, ତରଭୁଜ, କମଳା, ସେଲେରିକୁ ଖାଆନ୍ତୁ।
ହାଇଡ୍ରେଡ୍ ରୁହନ୍ତୁ :
ଖରାଦିନରେ ହାଇଡ୍ରେଡ୍ ରହିବା ଜରୁରୀ ଅଟେ। ତେଣୁ ଶରୀରକୁ ଉଚିତ ପରିମାଣର ପାଣି ଆବଶ୍ୟକ ଥାଏ। ଆବଶ୍ୟକ ମାତ୍ରାରେ ପାଣି ପିଇବା ଦ୍ୱାରା ଶରୀରରେ କାର୍ଯ୍ୟକାରିତା କ୍ଷମତା ବୃଦ୍ଧି ପାଇଥାଏ।
ଖାଦ୍ୟ ପ୍ରତି ସଜାଗ ରୁହନ୍ତୁ :
ଖରାଦିନରେ ହେଭି ଖାଇବା ଦ୍ୱାରା ଖାଦ୍ୟ ହଜମ ହେବାରେ ଅସୁବିଧା ସୃଷ୍ଟି ହୋଇଥାଏ। ଯାହା ଆପଣଙ୍କ ପେଟ ପାଇଁ କ୍ଷତିକାରକ ଅଟେ। ତେଣୁ ଆପଣ ହେଭି ଖାଇବା ଠାରୁ ଦୂରେଇ ରୁହି ଲାଇଟ୍ ଖାଇବା ଖାଇପାରିବେ।
ପ୍ରଚୁର ମାତ୍ରାରେ କୁଲିଙ୍ଗ୍ ଫ୍ରୁଟସ୍ ଖାଆନ୍ତୁ :
ଆପଣଙ୍କ ଶରୀରକୁ କୁଲିଙ୍ଗ ଫ୍ରୁଟସ୍ ଖାଇ ସୁସ୍ଥ ରୁହନ୍ତୁ। ଶରୀର ବାଦ୍ ତ୍ୱଚାକୁ ମଧ୍ୟ ସୁସ୍ଥ ରଖିବାରେ ଫ୍ରୁଟସ୍ ସାହାଯ୍ୟ କରିଥାଏ। ତରଭୁଜ, ନଡ଼ିଆ ପାଣି, କାକୁଡ଼ି, ପୋଦିନା ଆଦିକୁ ଆପଣାନ୍ତୁ।
ଡ୍ରିଙ୍କସରେ ଫ୍ରୁଟସ ଜୁସକୁ ଆଡ୍ କରନ୍ତୁ :
ସାଧାରଣତଃ ମାର୍କେଟରେ ମିଳୁଥିବା ଡ୍ରିଙ୍କସ୍ ରେ ଶରୀର ସୁସ୍ଥ ରହି ନଥାଏ। ମାତ୍ର ଫ୍ରେସ୍ ଫଳରେ ତିଆରି ହୋଇଥିବା ଜୁସ୍ ଆପଣଙ୍କୁ ସୁସ୍ଥ ରଖିଥାଏ।
ହେଲଦି ସ୍ନାକ୍ସ :
ଖରାଦିନରେ ସକାଳ ଖାଇବା ଅତ୍ୟନ୍ତ ଜରୁରୀ ଅଟେ। ଶୀତଦିନରେ ଆମେ ଅଏଲି ଓ ସ୍ନାକ୍ସ ଖାଇବାକୁ ପସନ୍ଦ କରିଥାଉ, ମାତ୍ର ଖରାଦିନରେ ସେହି ଖାଇବା ସ୍ୱାସ୍ଥ୍ୟ ପାଇଁ ଅନହେଲଦି ଅଟେ। ଆପଣ ବ୍ରେକଫାଷ୍ଟ୍ ହେଉ ଅବା ସ୍ନାକ୍ସ ସମୟରେ କିଛି ହେଲଦି ଖାଇବା ଖାଇପାରିବେ।
ଗ୍ରିନ୍ ଭେଜିଟେବଲ୍ :
ଗ୍ରିନ୍ ଭେଜିଟେବଲ ଅର୍ଥାତ୍ ସବୁଜ ପରିବା ଶରୀରକୁ ସୁସ୍ଥ ରଖିବା ସହ ଫରେବର୍ ୟଙ୍ଗ ରଖିଥାଏ। ଫିଟ୍ ଓ ହେଲଦି ରହିବାର ସହଜ ଉପାୟ ହେଉଛି ଗ୍ରିନ୍ ପରିବାକୁ ଆପଣାନ୍ତୁ।
