ଆଜିର ଭାଗ୍ୟଫଳ (ଶୁକ୍ରବାର, ୧୧/୦୩/୨୦୨୨), ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ
ଆଜି ୨୦୨୨ ମାର୍ଚ୍ଚ ୧୧ ତାରିଖ । ଶୁକ୍ରବାର । କୁମ୍ଭ ମାସ ୨୭ ଦିନ । ଫାଲଗୁନ ମାସ । ଶୁକ୍ଳପକ୍ଷ । ନବମୀ ତିଥି । ମୃଗଶିରା ନକ୍ଷତ୍ର ଦିବା ୨ଟା ୩୫ମିନିଟ୍ ଗତେ ଆର୍ଦ୍ରା ନକ୍ଷତ୍ର । ମିଥୁନ ରାଶିରେ ଚନ୍ଦ୍ର । ଆୟୁଷ୍ମାନ ଯୋଗ । ବାଳବ କରଣ ସନ୍ଧ୍ୟା୬ଟା ୫୩ମିନିଟ୍ ଗତେ କୌଳବ କରଣ । ବିଛା, ଧନୁ ଓ ମୀନ ରାଶିର ଘାତବାର । କନ୍ୟା ରାଶିର ଘାତଚନ୍ଦ୍ର । ଲାଉ ନ ଖାଇଲେ ଭଲ । ଯୋଗିନୀ- ପୂର୍ବେ ଯାତ୍ରା ନିଷେଧ । ଶ୍ରାଦ୍ଧ ତର୍ପଣ- ନବମୀର ଏକୋଦ୍ଧିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ।
ଅଶୁଭସମୟ- ଦିବା ୯ଟା ରୁ ଦିବା ୧୧ଟା ୫୭ମିନିଟ୍, ରାତ୍ରି ୮ଟା ୫୩ମିନିଟ୍ ରୁ ରାତ୍ରି ୧୦ଟା ୨୬ମିନିଟ୍ । ଶୁଭସମୟ- ପ୍ରାତଃ ୬ଟା ୦୨ମିନିଟ୍ ରୁ ୬ଟା ୪୯ମିନିଟ୍, ସକାଳ ୭ଟା ୩୭ମିନିଟ୍ ରୁ ୮ଟା ୫୯ମିନିଟ୍, ଦିବା ୧୨ଟା ୨୧ମିନିଟ୍ ରୁ ୨ଟା ୪୨ମିନିଟ୍, ଦିବା ୪ଟା ୧୭ମିନିଟ୍ ରୁ ସନ୍ଧ୍ୟା ୫ଟା ୫୧ମିନିଟ୍, ସନ୍ଧ୍ୟା ୭ଟା ୨୯ମିନିଟ୍ ରୁ ୮ଟା ୫୩ମିନିଟ୍, ରାତ୍ର ୧ଟା ୫୮ମିନିଟ୍ ରୁ ରାତ୍ର ୪ଟା ୨୪ମିନିଟ୍ ।
ମେଷ:-ପରୋକ୍ଷ ଶତୃଙ୍କୁ ପ୍ରତିହତ କରି ବେଶ୍ ଆନନ୍ଦ ଅନୁଭବ କରିବେ । ଶରୀର ସୁସ୍ଥ ରହିବ । ବ୍ୟବସାୟରେ ଉନ୍ନତି ଫଳରେ ଅଶାତୀତ ଲାଭବାନ୍ ହେବେ । ସହକର୍ମୀ ମାନଙ୍କଠାରୁ ସାହାଯ୍ୟ ସହଯୋଗ ପାଇବେ । ସେୟାର ବଜାର, ଲଟେରୀ, ଜୁଆ ଆଦିରେ ଅର୍ଥ ଖଟେଇଲେ ବିଶେଷ ଲାଭବାନ୍ ହେବେ । ନୂତନ ଚାକିରୀ ପାଇଁ ପ୍ରୟାସ ରତ ଯୁବକ ଯୁବତୀମାନେ ଉତ୍ସାହବର୍ଦ୍ଧକ ସମାଚାର ପାଇବେ । ବନ୍ଧୁ ବାନ୍ଧବମାନଙ୍କର ସମାଗମ ହେବ । ପ୍ରତିକାର-ଲାଲଚନ୍ଦନ ବା ସିନ୍ଦୁର ଟିକେ ମସ୍ତକରେ ଲଗେଇ ଦିଅନ୍ତୁ ।
ବୃଷ:-କର୍ମକ୍ଷେତ୍ରରେ ସମ୍ମାନ ଲାଭ ସହ ନୂଆ ଯୋଜନା ପ୍ରସ୍ତୁତ କରିବେ । ପ୍ରତିଯୋଗି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରନ୍ତି । ଭାଗୀଦାର ବ୍ୟବସାୟରେ ଆର୍ଥିକସ୍ଥିତି ଆବଶ୍ୟକ ଠାରୁ ଅଧିକ ବିସ୍ତାରିତ ହେବ । ପାରିବାରିକ କ୍ଷେତ୍ରରେ ବାଦବିବାଦ ମେଣ୍ଟିଯିବା ଫଳରେ ଆତ୍ମସନ୍ତୋଷ ଆଣିଦେବ । ଶିକ୍ଷା କ୍ଷେତ୍ରରେ ସଫଳତା ଲାଭ କରିବା ସହ ପରୀକ୍ଷା ପ୍ରତିଯୋଗିତାରେ ସଫଳ ହେବେ । ପ୍ରେମିକ ପ୍ରେମିକାମାନଙ୍କର ପ୍ରେମ ପ୍ରସଙ୍ଗରେ ସଫଳତା ମିଳିବ । ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ ।
ମିଥୁନ:-କର୍ମକ୍ଷେତ୍ରରେ ଉପରିସ୍ଥ ଅଧିକାରୀମାନଙ୍କ ସହିତ ସୁ ସମ୍ପର୍କ ସ୍ଥାପନ ହେବ । ବନ୍ଧୁଙ୍କୁ ଦେଇଥିବା ପ୍ରତିଶୃତି ରକ୍ଷାକରିବା ଫଳରେ ମନ ଭଲ ରହିବ । ଲକ୍ଷ୍ୟ ପୂରଣ ହେବାରେ କୌଣସି ଅସୁବିଧା ହେବନାହିଁ । ବ୍ୟବସାୟ ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ସୁଫଳ ପ୍ରାପ୍ତି ହେବ । ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସମ୍ପର୍କ ସ୍ଥାପନ ହେବ ଓ ପ୍ରତିଷ୍ଠା, ପ୍ରତିପତ୍ତି, ମାନସମ୍ମାନ କ୍ଷାତି ବଢ଼ିବ । ବୁଦ୍ଧିମତା କାରଣରୁ ପ୍ରଚୁର ଅର୍ଥ ଲାଭହେବ । ପ୍ରତିକାର-ହରିଡା ଚନ୍ଦନ ମୁଣ୍ଡରେ ଲଗାନ୍ତୁ ।
କର୍କଟ:-ସରକାରୀ କର୍ମଚାରୀ ମାନେ ସ୍ଥାନାନ୍ତରଣ ପାଇଁ ଚେଷ୍ଟା କଲେ ସଫଳ ହେବେ । ବିଦ୍ୟାକ୍ଷେତ୍ରରେ ସ୍ୱନାମ ଅର୍ଜନ କରିବେ । କେତେକ କ୍ଷେତ୍ରରେ ପରିସ୍ଥିତି ଯେତେ ଜଟିଳ ହେଲେ ମଧ୍ୟ କୌଣସି ଅସୁବିଧା ହେବ ନାହିଁ । ପ୍ରତ୍ୟେକ କ୍ଷେତ୍ରରେ ପରିସ୍ଥିତିକୁ ହାଲୁକା କରିବାରେ ସମର୍ଥହେବେ । ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ପାଇ ସୁଖ ଶାନ୍ତିରେ ଦିନଟି କଟାଇ ପାରିବେ । ସ୍ଵାସ୍ଥ୍ୟରେ ଅବନ୍ନତି ଦେଖା ଦେଇ ପାରେ । ପ୍ରତିକାର- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।
ସିଂହ:-ଶୁଭ ସମ୍ବାଦ ପାଇ ଖୁସି ହେବେ । ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଲେ ଅଚାନକ ଧନପ୍ରାପ୍ତି ହେବ । ବ୍ୟବସାୟରେ ଭାଗିଦାରମାନେ ପାଦ ସହିତ ପାଦ ମିଶେଇ ବେପାର ବୃଦ୍ଧି କରିବେ । ଛାତ୍ରଛାତ୍ରୀ ମାନେ ପଢ଼ା ପଢ଼ିରେ ମନଯୋଗ ଦେଇ ପରୀକ୍ଷା ପ୍ରତିଯୋଗିତାରେ ସଫଳ ହେବେ । ଭାଇ ଭଉଣୀ ମାନଙ୍କ ସହ ମନୋମାଳିନ୍ୟ ଦୂର ହୋଇ ପାରିବାରିକ କ୍ଷେତ୍ରରେ ଶାନ୍ତି ଦେଖାଦେବ । ଦାମ୍ପତ୍ୟ ସୁଖରେ ଆନନ୍ଦିତ ହେବେ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।
କନ୍ୟା:-ସନ୍ତାନଙ୍କ ପାଇଁ ଚିନ୍ତିତ ରହିବେ । ଲୋକସମ୍ପର୍କ, ସମାଜସେବା, ଧାର୍ମିକ ଅନୁଷ୍ଠାନରେ ସମସ୍ତ କାର୍ଯ୍ୟକ୍ରମ ସୁରୁଖୁରୁରେ ପୂର୍ଣ୍ଣ ହେବ । ଅନେକ ସମସ୍ୟାର ସମାଧାନ ହୋଇ, ପରିବାରରେ ହସ ଖୁସିରେ ବାତାବରଣ ଖେଳିଯିବ । ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସମ୍ପର୍କ ସ୍ଥାପନ ହେବା ଫଳରେ ପ୍ରତିଷ୍ଠା, ପ୍ରତିପତ୍ତି, ମାନସମ୍ମାନ ଓ କ୍ଷାତି ଅର୍ଜନ କରିବେ । ବିଦ୍ୟାରେ ଉନ୍ନତି କରିବେ ଓ ପ୍ରତିଯୋଗିତା ପରୀକ୍ଷା, ସାକ୍ଷାତ୍କାରରେ ଉତ୍ତୀର୍ଣ୍ଣ ହେବେ । ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।
ତୁଳା:-ବ୍ୟବସାୟ କ୍ଷେତ୍ରରେ ଅନେକ ଦିନର ଅଭିଳାଷ ପୂର୍ଣ୍ଣ ହେବ । ବିଦ୍ୟାର୍ଥୀମାନେ ପ୍ରତିଯୋଗିତା ପରୀକ୍ଷାରେ ଆଶାତୀତ ନମ୍ବର ରଖି ପ୍ରଶଂସିତ ହେବେ । ପନିପରିବା ଫସଲ ବ୍ୟବସାୟୀ ମାନେ ପ୍ରଚୁର ଲାଭ କରିବେ । ଧାର୍ମିକ କାର୍ଯ୍ୟରେ ଯୋଗଦେଲେ ସମୟ ଆନନ୍ଦମୟ ହେବ । ସହଯୋଗୀ ମାନଙ୍କର ସାହାଯ୍ୟ ସହଯୋଗ ପାଇ କଠିନ କାର୍ଯ୍ୟ ସହଜରେ ସମାଧାନ କରିବେ । ବହୁତ ଦିନରୁ ଅଟକିଥିବା କାର୍ଯ୍ୟ ସମ୍ପନ୍ନ ହେବ । ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ ।
ବିଚ୍ଛା:-ଅଧ୍ୟୟନ, ଅଧ୍ୟାପନା ତଥା ରଚନାତ୍ମକ କ୍ଷେତ୍ରରେ ସମ୍ମାନିତ ହେବେ । କୌଣସି ସମାରୋହରେ ସମ୍ମିଳିତ ହେବାକୁ ପଡିପାରେ । ପ୍ରେମ ପ୍ରସଙ୍ଗରେ ଅଧିକ ଘନିଷ୍ଠତା ହେବ । ସନ୍ତାନଙ୍କ ସମ୍ବନ୍ଧିତ କୌଣସି ମହତ୍ଵପୂର୍ଣ୍ଣ କାମ ହୋଇ ପାରେ । ପାରିବାରିକ ସ୍ତରରେ ଶାନ୍ତି ଶୃଙ୍ଖଳା ବଜାୟ ରହିବ । ପ୍ରେମ ପ୍ରସଙ୍ଗରେ ଅଧିକ ଘନିଷ୍ଠତା ହେବ । ଲୋକସମ୍ପର୍କ, ସମାଜସେବା, ଧାର୍ମିକ ଅନୁଷ୍ଠାନରେ ପ୍ରଶଂସା ପାଇବେ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।
ଧନୁ:-ପ୍ରତିଯୋଗୀତା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ । ବରିଷ୍ଠ ବ୍ୟକ୍ତିଙ୍କ ସହ ସୁସମ୍ପର୍କ ସ୍ଥାପିତ ହେବ । ଛାତ୍ର ଛାତ୍ରୀମାନଙ୍କର ବନ୍ଧୁ ମିତ୍ରଙ୍କଠାରୁ ଉପହାର ପ୍ରାପ୍ତି ହେବ । ଜନସେବାରେ ନିଜକୁ ନିୟୋଜିତ କରିବେ । କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । ଆତ୍ମୀୟବର୍ଗରେ ଉନ୍ନତି ତଥା ଉତ୍ତମ ବୁଝାମଣା ଜନିତ ଉତ୍ସାହ ଉଦ୍ଦୀପନା ଯୁକ୍ତ ହେବେ । ପରିବାରରେ ସୁଖ ଶାନ୍ତି ମିଳିବ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।
ମକର:-ସମସ୍ତ କର୍ମ ବହୁତ ସହଜରେ ହିଁ ସମ୍ପନ୍ନ ହେବ । ସ୍ୱାସ୍ଥ୍ୟ କ୍ଷେତ୍ରରେ ପରିବର୍ତ୍ତନ ଆସିବ । ଜାଗା, ଜମି ଓ ଉଚ୍ଚସ୍ତରୀୟ ବାହନ କ୍ରୟ କରିବା ପାଇଁ କଥା ହୋଇ ପାରନ୍ତି । ଦାମ୍ପତ୍ୟ ସୁଖରେ ଖୁସି ହେବେ । ନୂଆ ଜ୍ଞାନର ବୃଦ୍ଧି ହେବ । ସହନଶୀଳତା ଯୋଗେ ପ୍ରଶଂସା ମିଳିବ । ଆୟ ଉପାର୍ଜନ କ୍ଷେତ୍ରପ୍ରତି ସଙ୍କଟ ସୃଷ୍ଟି ହେବ ନାହିଁ । ବିଭିନ୍ନ ଦିଗରୁ ସାହାଯ୍ୟ ସହଯୋଗ ମିଳିବ । ରାଜନୀତି କ୍ଷେତ୍ରରେ ପ୍ରତିଷ୍ଠା, ପ୍ରତିପତ୍ତି ମାନସମ୍ମାନ କ୍ଷାତି ବଢିବ । ପ୍ରତିକାର- ତୁଲସୀ ମୂଳ ମାଟି ଧାରଣ କରନ୍ତୁ ।
କୁମ୍ଭ:-ଶତୃମାନେ ପରାଜିତ ହେବେ । ଲକ୍ଷ୍ୟ ପୂରଣ ହେବାରେ କୌଣସି ଅସୁବିଧା ହେବ ନାହିଁ । ପାରିବାରିକ ଜୀବନରେ ପ୍ରୀତିଲାଭ, ବନ୍ଧୁମିଳନ, ବିବହୋତ୍ସବର ସଂକେତ, ଆନନ୍ଦ ଉତ୍ସାହ ବୃଦ୍ଧି ପାଇବ । ଅଧିକ ଭାଗ୍ୟବାଦୀ ହୋଇ ନିଜ ଗୋଡରେ ନିଜେ ଠିଆ ହେବାକୁ ସାହସ ବାନ୍ଧିବେ । ରାଜନୀତିରେ ସଫଳତା ମିଳିବ । କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ଆଇନ ଅଦାଲତ ତଥା ଲେଖାପଢାରୁ ଶୁଭଫଳ ମିଳିବ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।
ମୀନ:-ସନ୍ତାନ ଯୋଗେ ଆନନ୍ଦିତ ହେବେ । ଧର୍ମ କାର୍ଯ୍ୟରେ ଯୋଗଦେଇ ଦେବଦର୍ଶନ କରିବେ । ଆର୍ଥିକସ୍ଥିତି ସୁଧାରିବାକୁ ଚେଷ୍ଟା କରିବେ । ପାରିବାରିକ କ୍ଷେତ୍ରରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ପ୍ରେମିକ ପ୍ରେମିକାମାନଙ୍କର ପ୍ରେମ ପ୍ରସଙ୍ଗରେ ସଫଳତା ମିଳିବ । ବିଦ୍ୟାର୍ଥୀଙ୍କର ବିଦ୍ୟାରେ ଉନ୍ନତି ହେବାରୁ ମନ ଖୁସି ରହିବ । ସବୁ ଭଲ ଥିଲେ ମଧ୍ୟ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇ ପାରେ । ରାଜନୀତିରେ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢେଇବ । ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ ।
