‘ଆପ୍’ ସରକାରଙ୍କ ଶାସନ ଢାଞ୍ଚା ଅନ୍ୟ ରାଜ୍ୟମାନଙ୍କ ପାଇଁ ଆଦର୍ଶ : ମନୀଷ ସିସୋଡିଆ
ନୂଆଦିଲ୍ଲୀ : ପଞ୍ଜାବରେ କେଜ୍ରିୱାଲଙ୍କ ଯାଦୁ । ଭୋଟଗଣତି ରେସରେ ଆଗୁଆ ରହିଛି ଆମ ଆଦମୀ ପାର୍ଟି (ଆପ୍)। ଦିଲ୍ଲୀରେ ‘ଆପ୍’ ସରକାରଙ୍କ ଶାସନ ଢାଞ୍ଚା ଅନ୍ୟ ରାଜ୍ୟମାନଙ୍କ ପାଇଁ ଆଦର୍ଶ ସାଜିଛି । ଏହି ସମୟରେ ପ୍ରତିକ୍ରିୟା ଦେଇଛନ୍ତି ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ । ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପଞ୍ଜାବରେ ଜିତିବା ଉପରେ ଆପ୍ ଅଧିକ ଧ୍ୟାନ ଦେଇଛୁ । ଆମେ ଗୋଆ, ଉତ୍ତରପ୍ରଦେଶ ଏବଂ ୟୁପିରେ ପ୍ରାର୍ଥୀ ଦେଇଥିଲୁ, କିନ୍ତୁ ପଞ୍ଜାବ ଉପରେ ବେଶି ଧ୍ୟାନ ଦିଆଯାଇଥିଲା । ଧୀରେ ଧୀରେ ଏହି ରାଜ୍ୟଗୁଡିକର ଲୋକମାନେ ମଧ୍ୟ ଆମ ଦଳ ଉପରେ ବିଶ୍ୱାସ କରିବା ଆରମ୍ଭ କରିବେ ବୋଲି ମନୀଷ ସିସୋଡିଆ କହିଛନ୍ତି ।
ସେପଟେ ପଞ୍ଜାବବାସୀଙ୍କ ହୃଦୟ ଜିତିପାରିନାହାନ୍ତି ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନି । ସମ୍ପୂର୍ଣ୍ଣ ଟ୍ରେଣ୍ଡ୍ ଆସିଥିବା ବେଳେ କଂଗ୍ରେସକୁ ପଛରେ ପକାଇ ଆଗେଇ ଚାଲିଛି ଆପ୍ । ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନୀ ତାଙ୍କ ପାରମ୍ପରିକ ଆସନ ଚମକୌର ଏବଂ ଭଦୋଦର ବିଧାନସଭା କ୍ଷେତ୍ରରେ ବହୁତ କମ୍ ସଂଖ୍ୟକ ଭୋଟରେ ପଛୁଆ ରହିଛନ୍ତି । ନିର୍ବାଚନର ଏହି ରେସରେ ଆପ କଂଗ୍ରେସ, ବିଜେପିକୁ ମାତ ଦେଇଛି ବୋଲି ସିସୋଡିଆ କହିଛନ୍ତି ।
