ହାରିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ
ଚଣ୍ଡିଗଡ଼ : ପଞ୍ଜାବର ପଟିଆଲା ଆସନରୁ ପୂର୍ବତନ ସିଏମ କ୍ୟାପଟେନ ଅମରିନ୍ଦର ସିଂ ନିର୍ବାଚନ ହାରିଛନ୍ତି। ସେ ଏଠାରେ ଆମ୍ ଆଦମୀ ପାର୍ଟିର ଅଜିତ ପାଲ୍ ସିଂଙ୍କ ଠାରୁ ୧୯ ହଜାର ଭୋଟରେ ହାରିଯାଇଛନ୍ତି । କଂଗ୍ରେସ ସହ ମତଭେଦ ପରେ ଅମରିନ୍ଦର ସିଂ ଦଳ ଛାଡିଥିଲେ। ତା’ପରେ ସେ ପଞ୍ଜାବ ଲୋକ ଇନସାଫ କଂଗ୍ରେସ ନାମକ ଏକ ନୂତନ ଦଳ ଗଠନ କରିଥିଲେ ଏବଂ ବିଜେପି ସହିତ ମେଣ୍ଟ କରି କରିଥିଲେ । କିନ୍ତୁ ଆମ୍ ଆଦମୀ ପାର୍ଟିର ସୁନାମି ଆଗରେ ଏଥର ସବୁ ବଡ଼ ବଡିଆ ମାଟି କାମୁଡିଛନ୍ତି । ଆପ୍ ପଞ୍ଜାବରେ ବିପୁଳ ବିଜୟ ଆଡ଼କୁ ମୁହାଁଉଛି ।
ପଞ୍ଜାବରେ ଅଦ୍ଭୁତପୂର୍ବ ସଫଳତା ହାସଲ କରିଛି ଆମ୍ ଆଦମୀ ପାର୍ଟି । ପଞ୍ଜାବର ମୋଟ ୧୧୭ ସିଟରୁ ସମସ୍ତ ସିଟର ପ୍ରାରମ୍ଭିକ ଟ୍ରେଣ୍ଡ ସାମ୍ନାକୁ ଆସିଛି । ୧୧୭ ସିଟରୁ ଆପ୍ ୯୦ଟି ଆସନରେ ଆଗୁଆ ରହିଥିବାବେଳେ କଂଗ୍ରେସ ୧୮ଟି ଆସନରେ ଆଗୁଆ ରହିଛି । ସେହପରି ଶିରୋମଣୀ ଆକାଳୀ ଦଳ ୭ଟି, ବିଜେପି ୨ଟି ଓ ବିଏସପି ୨ଟି ଆସନରେ ଆଗୁଆ ରହିଛି ।
