ପିଲାଙ୍କୁ କରୋନାରୁ ସୁରକ୍ଷା ଦେବ କୋର୍ବେଭାକ୍ସ ଟିକା, ଜଣାନ୍ତୁ କେତେ ରହିଛି ଦର
ନୂଆଦିଲ୍ଲୀ : କରୋନା ସଂକ୍ରମଣରୁ ୫ରୁ ୧୨ ବର୍ଷ ବୟସ ବର୍ଗର ପିଲାଙ୍କୁ ସୁରକ୍ଷା ଦେବା ଲାଗି ପ୍ରସ୍ତୁତ ହୋଇଛି କର୍ବେଭାକ୍ସ ଟିକା । ଏବେ ଏହି ଟୀକା ପ୍ରସ୍ତୁତକାରୀ କମ୍ପାନୀ ଦେଶର ସର୍ବୋଚ୍ଚ ଔଷଧ ନିୟାମକ ସଂସ୍ଥା, ଡିସିଜିଆଇର ଅନୁମତି ଲୋଡ଼ିଛି । ଏହି ବାୟୋଲୋଜିକାଲ୍ ଇ’ ଟିକାର ଜରୁରୀକାଳୀନ ବ୍ୟବହାର ନେଇ କମ୍ପାନୀ ପକ୍ଷରୁ ସମସ୍ତ ତଥ୍ୟ ଦିଆଯାଇଛି । ଡିସିଜିଆଇ କହିଛି ଯେ ଏହି ଟିକାର ରୋଗ ପ୍ରତିରୋଧକାରୀ ଶକ୍ତି ସୃଷ୍ଟି ଓ ସୁରକ୍ଷା ନେଇ ସମୀକ୍ଷା ପରେ ଅନୁମତି ପ୍ରଦାନ କରାଯିବ । ଏବେ ଟିକସକୁ ବାଦ ଏହି ଟିକାର ମୂଲ୍ୟ ୧୪୫ ଟଙ୍କା ସ୍ଥିର କରାଯାଇଛି । ୫ରୁ ୧୨ ବର୍ଷର ପିଲା ଏହି ଟିକାର ଦୁଇଟି ଡୋଜ ନେବେ ଏବଂ ଏଥିପାଇଁ ସରକାର ପ୍ରାୟ ୫ କୋଟି ଡୋଜ୍ କିଣିଥିବା ଜଣାପଡିଛି ।
ସୂଚନା ଯେ, ହାଇଦ୍ରାବାଦସ୍ଥିତ ସ୍ୱଦେଶୀ ଟିକା ନିର୍ମାଣକାରୀ କମ୍ପାନୀ ବାୟୋଲଜିକାଲ ଇ ଶିଶୁମାନଙ୍କୁ ଏହା ଦ୍ୱାରା ନିର୍ମିତ ଟିକା କୋର୍ବଭାକ୍ସକୁ ଜରୁରୀକାଳୀନ ଭାବେ ଦେବା ପାଇଁ ଅନୁମତି ମାଗିଛି । ଏଥିପାଇଁ ଆବଶ୍ୟକୀୟ ତଥ୍ୟ କମ୍ପାନୀ ପକ୍ଷରୁ ଡିଜିସିଏଙ୍କ ନିକଟରେ ଦାଖଲ କରାଯାଇଛି । କୋର୍ବେଭାକ୍ସ ଟିକାକୁ ୧୨ରୁ୧୮ ବର୍ଷର ପିଲାଙ୍କୁ ଦେବା ପାଇଁ ଅନୁମତି ଦିଆଯାଇଛି । ଏହାର ସଫଳ ମାନବୀୟ ପରୀକ୍ଷଣ ପରେ କିଶୋର ବର୍ଗ ବୟସ୍କଙ୍କୁ ଏହି ଟିକା ଦେବା ପାଇଁ ଅନୁମତି ଦିଆଯାଇଥିଲା । ଏବେ ଶିଶୁମାନଙ୍କୁ ଏହି ଟିକା ଦେବା ପାଇଁ କମ୍ପାନୀ ଅନୁମତି ମାଗିଛି । ଏହି ଟିକାର ଦାମ ମାତ୍ର ୧୪୫ ଟଙ୍କା । ବିଭିନ୍ନ କର ପୂର୍ବରୁ ଏହାକୁ କମ୍ପାନୀ ୧୪୫ ଟଙ୍କାରେ ଉପଲପବ୍ଧ କରାଉଛି । ଗତ ବର୍ଷ ସେପ୍େଟମ୍ବର ମାସରେ ଏହାର ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟ ମାନବୀୟ ପରୀକ୍ଷଣ କରାଯାଇଥିଲା । ଦେଶରେ ତୃତୀୟ ଲହର ପରେ କରୋନା ସଂକ୍ରମଣ ହ୍ରାସ ପାଇଛି । ଦେଶରେ ପ୍ରାୟ ୧୮୦ କୋଟି ଟିକା ପ୍ରଥମ ଏବଂ ଦ୍ୱିତୀୟ ଡୋଜ୍କୁ ମିଶାଇ ଦିଆଯାଇ ସରିଛି । ଗତ ୨୦୨୧ ଡିସେମ୍ବରରରେ କରୋନା ଟିକାର ବୁଷ୍ଟର ଡୋଜ କୋର୍ବେଭାକ୍ସର ପରୀକ୍ଷା ପାଇଁ ହ୍ରାଇଦ୍ରାବାଦ ସ୍ତିତ ବାୟୋଲୋଜିକାଲ ଇ.ଲିମିଟେଡକୁ ମଞ୍ଜୁରୀ ମିଳିଥିଲା ।
