ଜୀବନରେ କେବେବି ହେବନି ହାର୍ଟ ଆଟାକ୍ ! କେବଳ ଆଜିଠୁ ପରିବର୍ତ୍ତନ କରନ୍ତୁ ଆପଣଙ୍କ ଏହି ୫ଟି ଅଭ୍ୟାସ
ସମସ୍ତେ ଜାଣନ୍ତି ହୃଦଘାତ କେତେ ମାରାତ୍ମକ ହୋଇଥାଏ । ଆମେ ପ୍ରାୟତଃ ଏହାର ମୂଳ କାରଣକୁ ଅଣଦେଖା କରିଥାଉ । ଯେତେବେଳେ ଏହି ରୋଗ ଗୁରୁତର ଅବସ୍ଥାରେ ପହଞ୍ଚି ଥାଏ, ସେତେବେଳେ ଏହା ଉପରେ ଆମର ଧ୍ୟାନ ପଡ଼ିଥାଏ । ଏହି ସମୟରେ ଆମେ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବା ଆରମ୍ଭ କରିଥାଉ, କିନ୍ତୁ ସମୟ ବହୁତ ବିଳମ୍ବ ହୋଇଯାଇଥାଏ ।
ମଣିଷମାନଙ୍କ ଠାରେ ହୃଦରୋଗ ହେବା କିଛି ନୂଆ କଥା ନୁହେଁ, ଲୋକେ କେବଳ ଏଥିରେ ଆକ୍ରାନ୍ତ ହେଉନାହାଁନ୍ତି ବରଂ ଏଥିରେ ଅନେକଙ୍କର ପ୍ରାଣ ମଧ୍ୟ ଚାଲିଯାଉଛି। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ହୁ) ଅନୁଯାୟୀ, ଆମେରିକାରେ ପ୍ରତି ୪ରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୃଦରୋଗ କାରଣରୁ ହୋଇଥାଏ। ହୃଦରୋଗ ଅନ୍ତିମ ଚରଣରେ ପହଞ୍ଚିବା ପରେ ହିଁ ଲୋକେ ଏହାକୁ ଚିହ୍ନଟ କରିଥାନ୍ତି। ଏଭଳି ପରିସ୍ଥିତିରେ ରୋଗୀଙ୍କର ଜୀବନ ବଞ୍ଚାଇବା ଅତ୍ୟନ୍ତ କଷ୍ଟକର ହୋଇଥାଏ। ତେବେ,ଡାକ୍ତରଙ୍କ ଦ୍ୱାରା ଅନୁମୋଦିତ ୫ଟି ଉପାୟ ଦ୍ୱାରା ଆମ୍ଭେମାନେ ହୃଦଘାତରୁ ରକ୍ଷା ପାଇ ପାରିବା:-
୧. ଦିନକୁ ୪୦ ମିନିଟ ବ୍ୟାୟାମ କରିବା ଦ୍ୱାରା ମଣିଷ ହୃଦଘାତ ଭଳି ସମସ୍ୟା ଠାରୁ ଦୂରେଇ ରହିପାରିବେ। ସେହିପରି ସପ୍ତାହକୁ ୫ ଦିନ ପର୍ଯ୍ୟନ୍ତ ବ୍ୟାୟାମ କରିବା ଦ୍ୱାରା ଓଜନ ହ୍ରାସ, ରକ୍ତରେ ଶର୍କରା, ରକ୍ତଚାପ ଏବଂ କୋଲେଷ୍ଟ୍ରଲ ସ୍ତରର ଉନ୍ନତି ହେବା ସହିତ ହୃଦଘାତର ବିପଦ ୩୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇଥାଏ।

୨. ଖୁସି ଏବଂ ହର୍ଷ ଉଲ୍ଲାସର ସହିତ ରହିବା ହୃଦଘାତ ଠାରୁ ବଞ୍ଚିବାର ସବୁଠାରୁ ସହଜ ଉପାୟ ଅଟେ। ହସିବା ଶରୀରରେ ଏଣ୍ଡୋରଫିନ୍ ହରମୋନ୍ ଛାଡ଼ିଥାଏ ଯାହାକି ଶରୀରର ରକ୍ତଚାପକୁ ହ୍ରାସ କରିବାରେ ଓ ରକ୍ତ ସଞ୍ଚାଳନରେ ଉନ୍ନତି ଆଣିବାରେ ସାହାଯ୍ୟ କରିଥାଏ।

୩. ଅତ୍ୟଧିକ ମଦ୍ୟପାନ ଏବଂ ଧୂମ୍ରପାନ ଶରୀର ପାଇଁ କ୍ଷତିକାରକ ହୋଇଥାଏ। ଧୂମ୍ରପାନ ଏବଂ ମଦ୍ୟପାନ କରୁଥିବା ଲୋକଙ୍କ ଠାରେ ହୃଦ୍ଘାତର ଆଶଙ୍କା ୫୦ ପ୍ରତିଶତ ବଢ଼ି ଯାଇଥାଏ। କେବଳ ଏତିକି ନୁହେଁ ଏହା କରିବା ଦ୍ୱାରା ଉଚ୍ଚ ରକ୍ତଚାପ, ଷ୍ଟ୍ରୋକର ଆଶଙ୍କା ମଧ୍ୟ ବଢିଥାଏ। ତେଣୁ, ସୁସ୍ଥ ରହିବାକୁ ହେଲେ ଏପରି ଖରପ ଅଭ୍ୟାସ ଠାରୁ ଦୂରେଇ ରହିବା ନିତ୍ୟାନ୍ତ ଜରୁରୀ ଅଟେ।

୪. ଖାଦ୍ୟରେ ତେଲର ବ୍ୟବହାର ହ୍ରାସ କରିବା ଉଚିତ। ପ୍ରୋସେସ୍ଡ ଫୁଡ଼ ଏବଂ ଅଧିକ ଅଧିକ ଫ୍ୟାଟ ଥିବା ଖାଦ୍ୟ ଖାଇବା ପରିବର୍ତ୍ତେ ବୟସ୍କମାନଙ୍କୁ ପ୍ରତି ମାସରେ ଅଧା ଲିଟର ଅଲିଭ୍, କାନୋଲା ଏବଂ ଫ୍ଲାକ୍ସସିଡ୍ ପରି ସାଚୁରେଟେଡ ଫ୍ୟାଟରେ ଭରପୂର ତେଲ ଖାଇବା ଉଚିତ।

୫. ବୟସ ବଢ଼ିବା ସହିତ ନିୟମିତ ଭାବରେ ଫୁଲ୍ ବଡ଼ି ଚେକଅପ୍ କରିବା ଉଚିତ। ଫୁଲ୍ ବ୍ଲଡ କାଉଣ୍ଟ, କୋଲେଷ୍ଟ୍ରଲ ସ୍ତର, କିଡନୀ, ଯକୃତ ଏବଂ ଥାଇରଏଡ ସହିତ ରକ୍ତରେ ଶର୍କରା ସ୍ତର ଏବଂ ECG ଚେକ୍ କରିବା ଉଚିତ।
