ଦଳ ଗାଡିଆରେ ବୁଡି ୯ ବର୍ଷୀୟ ନାବାଳିକା ମୃତ
ବାଲେଶ୍ଵର : ବାଲେଶ୍ଵର ଜିଲା ଖଇରା ବ୍ଲକ ଡାଲଙ୍ଗ ପଞ୍ଚାୟତ ଅଧିନସ୍ଥ ଡାଲଙ୍ଗ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଘଟଣାରୁ ପ୍ରକାଶ ଯେ ତୃତୀୟ ଶ୍ରେଣୀରେ ପଢୁଥିବା ଛାତ୍ରୀ କୌଶଲ୍ୟା ବେହେରା ନିଖୋଜ ଥିଲେ । ପିତା ଲାବନ୍ୟନିଧି ବେହେରା ଓ ମା’ ପଦ୍ମାବତୀ ବେହେରା ବହୁତ ଖୋଜାଖୋଜି କରିଥିଲେ । ମଙ୍ଗଳବାର ସକାଳ ୭ ଘଟିକା ସମୟରେ କୌଶଲ୍ୟା ବେହେରାଙ୍କ ମୃତ ଦେହ ଦଳ ଗାଡ଼ିଆରେ ଭାସୁ ୟଥିବାର ଦେଖିବାକୁ ମିଳିଥିଲା । ଏନେଇ ପରିବାର ଲୋକେ ତୁରନ୍ତ ଖଇରା ଥାନାକୁ ଖବର ଦେଇଥିଲେ । ଖଇରା ପୁଲିସ ଘଟଣା ସ୍ଥଳରେ ପହଞ୍ଚି କୌଶଲ୍ୟା ବେହେରାଙ୍କୁ ଉଦ୍ଧାର କରିଥିଲେ । ମୃତ ଦେହକୁ ବ୍ୟବଛେଦ ପାଇଁ ପଠାଯାଇଛି । କୌଶଲ୍ୟା ବେହେରାଙ୍କ ମୃତ୍ୟୁରେ ଅଞ୍ଚଳରେ ଦୁଃଖର ଛାୟା ଖେଳିଯାଇଛି ।
