ଭାରତକୁ କୃତଜ୍ଞତା ଜଣାଇଲେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି
Volodymyr Zelensky and Narendra Modi.
ନୂଆଦିଲ୍ଲୀ: ବିଗତ ୧୩ ଧରି ଋଷ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ୟୁଦ୍ଧ ଜାରି ରହିଛି । ଏଭଳି ପରିସ୍ଥିତିରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ଫୋନରେ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଉଭୟଙ୍କ ମଧ୍ୟରେ ପ୍ରାୟ ୩୫ ମିନିଟ ସମୟ ବାର୍ତ୍ତାଳାପ ହୋଇଥିଲା । ଆଲୋଚନା ପରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଟ୍ୱିଟ୍ କରି ଭାରତକୁ କୃତଜ୍ଞତା ଜଣାଇଛନ୍ତି । ଉଭୟ ନେତା ଯୁଦ୍ଧ ଓ ଯୁଦ୍ଧଜନିତ ପରିସ୍ଥିତି ଉପରେ ଆଲୋଚନା କରିଥିବା ସୂଚନା ମିଳିଛି । ଏହାସହ ଅନ୍ୟ କେତେକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା । ଋଷ ରାଷ୍ଟ୍ରପତି ପୁଟିନଙ୍କ ସହ ସିଧାସଳଖ ଆଲୋଚନା ପାଇଁ ଜେଲେନସ୍କିଙ୍କୁ ପରାମର୍ଶ ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦି । ଭାରତୀୟ ନାଗରିକଙ୍କୁ ସୁରକ୍ଷିତ ଉଦ୍ଧାରକାର୍ଯ୍ୟରେ ସହାୟତା ପାଇଁ ଜେଲେନସ୍କିଙ୍କୁ ଧନ୍ୟବାଦ ଜଣାଇଥିଲେ ମୋଦି ।
