ରାଜ୍ୟରେ ଆଉ ୧୦୮ କରୋନା ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣର ତଳମୁହାଁ ଧାରା ଜାରି ରହିଛି । ଫଳରେ ଦୈନିକ ସଂକ୍ରମଣ ମାମଲା ଦ୍ରୁତ ଗତିରେ ହ୍ରାସ ପାଇବାରେ ଲାଗିଛି । ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୫ ଶହ ତଳକୁ ଖସି ଆସିଛି । ଏହିକ୍ରମରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୦୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧ କେନ୍ଦ୍ରରୁ ୬୨ ଓ ସ୍ଥାନୀୟ ଅଞ୍ଚଳରୁ ୪୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୧୬ ଜଣ ୧୮ ବର୍ଷରୁ କମ୍ ବୟସ୍କ ଅଛନ୍ତି ।
ନୂତନ ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଗଞ୍ଜାମ ଜିଲାରୁ ସର୍ବାଧିକ ୧୫ ଜଣ ଆକ୍ରାନ୍ତ ଥିବାବେଳେ ଅନୁଗୁଳରୁ ୪ , ବାଲେଶ୍ୱରରୁ ୪ , ଭଦ୍ରକ, ଜଗତସିଂହପୁର ଓ ବରଗଡ଼ରୁ ଜଣେ ଲେଖାଏଁ, ବଲାଙ୍ଗୀର, କଟକ, ଦେବଗଡ଼ ଓ ଢେଙ୍କାନାଳରୁ ୨ଜଣ ଲେଖାଏଁ, ଗଜପତିରୁ ୧୪, ଯାଜପୁରରୁ ୮, ଝାରସୁଗୁଡ଼ାରୁ ୧୧, କଳାହାଣ୍ଡରରୁ ୨, କେନ୍ଦ୍ରାପଡ଼ାରୁ ୭, ଖୋର୍ଦ୍ଧାରୁ ୬, କୋରାପୁଟରୁ ୫, ମୟୂରଭଞ୍ଜରୁ ୬, ସମ୍ୱଲପୁରରୁ ୬, ସୁନ୍ଦରଗଡ଼ରୁ ୮, ସୋନପୁରରୁ ଜଣେ ଓ ରାଜ୍ୟ ପୁଲରୁ ୨ ଜଣ ଚିହ୍ନଟ ହୋଇଛନ୍ତି। ସୂଚନା ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨,୮୬,୧୧୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧,୧୯୬ଟି ସକ୍ରିୟ ସଂକ୍ରମିତ ରହିଥିବା ବେଳେ ୧୨,୭୫,୭୬୭ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୯୬୪୦୭୬୦ସାମ୍ପୁଲ ଟେଷ୍ଟ୍ ହୋଇଛି ।
