୧୫ କୋଟି ଟଙ୍କା ଠକେଇ : ଚିଟଫଣ୍ଡ ସଂସ୍ଥା ନିର୍ଦ୍ଦେଶକ ଗିରଫ
ଭୁବନେଶ୍ୱର : ଭୁବନେଶ୍ବରରେ ୧୫ କୋଟି ଟଙ୍କା ଠକେଇ ଅଭିଯୋଗ ହୋଇଛି । ଏହି ଘଟଣାରେ ହ୍ୟୁମାନ ୱେଲଫେୟାର କ୍ରେଡିଟ ଆଣ୍ଡ ଥ୍ରିଫ୍ଟ କୋପରେଟିଭ ସୋସାଇଟି ଲିମିଟେଡ୍ ନିର୍ଦ୍ଦେଶକ ତପନ ସାମନ୍ତଙ୍କୁ ଗିରଫ କରିଛି ଅର୍ଥନୈତିକ ଅପରାଧ ଶାଖା ଇଓଡବ୍ଲୁ । କୋଲକାତାର ନରେନ୍ଦ୍ରପୁର ନିକଟରୁ ଗିରଫ କଲା ଇଓବଡ୍ୟୁ ।
ସୂଚନା ଯେ, ବିଭିନ୍ନ ସ୍କିମ୍ର ଲୋଭ ଦେଖାଇ ସେ କୋଟି କୋଟି ଟଙ୍କା ଠକିଥିବା ଅଭିଯୋଗ ହୋଇଛି । ବାଲେଶ୍ବର ଜିଲା ସୋର ଅଞ୍ଚଳର ସୁକଦେବ ହୋତା ନାମକ ଜଣେ ବ୍ୟକ୍ତିଙ୍କ ଅଭିଯୋଗ ଆଧାରରେ ସାମନ୍ତଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ସୋମବାର ତପନକୁ କୋଲକାତା ଦକ୍ଷିଣପ୍ରଗଣା ଏସିଜେଏମ୍ କୋର୍ଟରେ ହାଜର କରାଇଥିଲା ପୋଲିସ । ଟ୍ରାଞ୍ଜିଟ୍ ରିମାଣ୍ଡରେ ଆଣି ମଙ୍ଗଳବାର ବାଲେଶ୍ବର କୋର୍ଟରେ ହାଜର କରାଯିବ। ପୂର୍ବରୁ ଏହି ଘଟଣାରେ ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ପ୍ରତାପ କୁମାର ବିଶ୍ବାଳକୁ ଗିରଫ କରିଛି ପୋଲିସ ।
